ମୁମ୍ବାଇ: ଗତ 9 ତାରିଖରେ ହ୍ୟାଣ୍ଡସମ ଆକ୍ଟର ରଣବୀର କପୁରଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଥିଲା । ଯାହାପରଠୁ ଫ୍ୟାନ୍ସ ସୋସିଆଲ ମିଡିଆରେ ତାଙ୍କ ପାଇଁ ସୁସ୍ଥ କାମନା କରୁଥିବାର ନଜର ଆସୁଛନ୍ତି । ଇତିମଧ୍ୟରେ ସମସ୍ତଙ୍କ ପାଇଁ ସାମ୍ନାକୁ ଆସିଲା ଗୁଡନ୍ୟୁଜ । କାରଣ କୋରୋନାଙ୍କୁ ମାତ୍ ଦେଇଛନ୍ତି ଅଭିନେତା । ବର୍ତ୍ତମାନ ସେ ସୁସ୍ଥ ଥିବା ସୂଚନା ଦେଇଛନ୍ତି ତାଙ୍କ ବଡବାପା ତଥା ଅଭିନେତା ରଣଧୀର କପୁର ।
କୋରୋନାକୁ ହରାଇଲେ ରଣବୀର - ରଣବୀର କପୁରଙ୍କ କୋରୋନା ରିପୋର୍ଟ ନେଗେଟିଭ
କିଛି ଦିନ କ୍ବାରେଣ୍ଟାଇନରେ ରହିବା ପରେ କୋରୋନାକୁ ହରାଇବାରେ ସଫଳ ହୋଇଛନ୍ତି ରଣବୀର । ପିତାଙ୍କ ପ୍ରେୟାର ମିଟରେ ହୋଇଥିଲେ ସାମିଲ । ଅଧିକ ପଢନ୍ତୁ...
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଗୁରୁବାର ରଣଧୀର ଏକ ସାକ୍ଷାତକାରରେ ଜଣାଇଥିଲେ, ‘ରଣବୀର ବର୍ତ୍ତମାନ କୋରୋନା କବଳରୁ ମୁକ୍ତ ହୋଇଛନ୍ତି । ମୁଁ ତାଙ୍କୁ ଭେଟିଥିଲି ସେ ସୁସ୍ଥ ଅଛନ୍ତି ।’
ସେପଟେ ଗୁରୁବାର ରଣବୀରଙ୍କ ଭଉଣୀ ରିଦ୍ଧିମା ସାହାଣୀ ମଧ୍ୟ ଇନଷ୍ଟାଗ୍ରାମରେ ଭାଇଙ୍କ ସହ ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ ଦୁଇ ଭାଇ-ଭଉଣୀ ପିତା ଋଷି କପୁରଙ୍କ ପାଇଁ ଆୟୋଜିତ ହୋଇଥିବା ପ୍ରେୟାର ମିଟରେ ବସିଥିବାର ନଜର ଆସୁଛନ୍ତି ।