ଓଡିଶା

odisha

ETV Bharat / sitara

ଘରକୁ ଫେରି ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଲେ ରାହୁଲ - ଭାଇରାଲ ହେଲା ରାହୁଲ ରୟଙ୍କ ଇନଷ୍ଟାଗ୍ରାମ ପୋଷ୍ଟ

ହସ୍ପିଟାଲରୁ ଡିସଚାର୍ଜ ହେଲେ ରାହୁଲ । ସୋସିଆଲ ମିଡିଆରେ ଫ୍ୟାମିଲି ସହ ଫଟୋ ପୋଷ୍ଟ କରି ସମସ୍ତଙ୍କୁ ଜଣାଇଲେ ଧନ୍ୟବାଦ । ବ୍ରେନ୍ ଷ୍ଟ୍ରୋକ୍‌ରେ ହୋଇଥିଲେ ଆକ୍ରାନ୍ତ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାହୁଲ ରୟ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାହୁଲ ରୟ

By

Published : Jan 8, 2021, 11:56 AM IST

ମୁମ୍ବାଇ: ଅଭିନେତା ରାହୁଲ ରୟ କିଛି ଦିନରୁ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ହେଲେ ଏବେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ନିକଟରେ ବ୍ରେନ ଷ୍ଟ୍ରୋକ୍‌ରେ ଆକ୍ରାନ୍ତ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୀର୍ଘ ଦିନର ଚିକିତ୍ସା ପରେ ସେ ବର୍ତ୍ତମାନ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଯାହା ବିଷୟରେ ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଏଥି ସହିତ ଘରେ ପହଞ୍ଚିବା ପରେ ସେ ତାଙ୍କ ପରିବାର, ବନ୍ଧୁ ଏବଂ ଯେଉଁମାନେ ତାଙ୍କ ସ୍ବାସ୍ଥ୍ୟ ପାଇଁ ପ୍ରାର୍ଥନା କରିଥିଲେ ସେମାନଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।

ତାଙ୍କ ପରିବାର ସହ ଫଟୋ ସେୟାର କରି ରାହୁଲ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ‘ଦୀର୍ଘ ଦିନ ଧରି ହସ୍ପିଟାଲରେ ଚିକିତ୍ସିତ ହେବା ପରେ ମୁଁ ଘରକୁ ଫେରି ଆସିଛି। ମୁଁ ସୁସ୍ଥ ଅଛି ଏବଂ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ସମୟ ଲାଗିବ । ଆଜି ମୁଁ ସେହି ସମସ୍ତ ଲୋକଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ଯେଉଁମାନେ କଠିନ ସମୟରେ ମୋ ପାଖରେ ଠିଆ ହୋଇଥିଲେ । ତୁମ ସମସ୍ତଙ୍କୁ ମୁଁ ବହୁତ ଭଲ ପାଏ।’

ଏହାପୂର୍ବରୁ କ୍ରିସମାସ୍ ଅବସରରେ ରାହୁଲ ଫ୍ୟାନ୍ସଙ୍କୁ ୱିଶ କରି ଜଣାଇଥିଲେ ଯେ ସେ କେବଳ ସାଣ୍ଟାଙ୍କ ପାଖରେ ଏହି ଇଚ୍ଛା ରଖିବାକୁ ଚାହୁଁଛନ୍ତି ଯେ ସେ ପୁରା ସୁସ୍ଥ ହୋଇ ନିଜ ସାମାନ୍ୟ ଜୀବନକୁ ଫେରିବା ପାଇଁ ।

ପ୍ରକାଶ ଥାଉକି ନଭେମ୍ବରରେ ‘ଏଲଓସି: ଲାଇଭ ଦ ବ୍ୟାଟେଲ ଇନ କାରଗିଲ’ର ସୁଟିଂ କରୁଥିବା ସମୟରେ ଅସୁସ୍ଥ ହୋଇପଡିଥିଲେ । ହସ୍ପିଟାଲ ନେବା ପରେ ଜଣାପଡିଲା ଯେ ତାଙ୍କୁ ବ୍ରେନ ଷ୍ଟ୍ରୋକ ହୋଇଛି ବୋଲି । ଏହାବ୍ୟତୀତ ନିକଟରେ ତାଙ୍କ ଚିକିତ୍ସା ଖର୍ଚ୍ଚର ଯତ୍ନ ନେଉଥିବା ନିର୍ଦ୍ଦେଶକ ନିତିନ କୁମାର ଗୁପ୍ତା ଏକ ସାକ୍ଷାତକାରରେ ଖୁଲାସା କରିଥିଲେ ଯେ ନିଜର ଆଗାମୀ ଫିଲ୍ମ ‘ଷ୍ଟ୍ରୋକ’ରେ ସେ ରାହୁଲଙ୍କୁ ମୁଖ୍ୟ ଅଭିନେତା ରୂପେ ସାମିଲ କରିବେ । ଯାହାକୁ ନେଇ ଚର୍ଚ୍ଚା ।

ABOUT THE AUTHOR

...view details