ଓଡିଶା

odisha

ଏଥର ନାର୍କୋଟିକ୍ସ ଅଫିସର ହେବେ ରାହୁଲ

By

Published : Dec 24, 2020, 8:02 AM IST

କିଛି ଦିନରୁ ନିଜ ଆଗାମୀ ସିରିଜ ‘ଦୁନିଆ ଗଇ ଭାହାଡ ମେ’କୁ ନେଇ ଚର୍ଚ୍ଚାରେ ରାହୁଲ । ଏବେ ଏହା ବିଷୟରେ ଆଲୋଚନା କରି ଜଣାଇଛନ୍ତି ମନ କଥା ।

ଫଟୋ ସୌଜନ୍ୟ: ଆଇଏଏନଏସ
ଫଟୋ ସୌଜନ୍ୟ: ଆଇଏଏନଏସ

ମୁମ୍ବାଇ: ଫେମସ ଆକ୍ଟର ରାହୁଲ ଦେବ ନିକଟରେ ସଞ୍ଜୟ ଦତ୍ତଙ୍କ ‘ତୋରବାଜ’ରେ ନଜର ଆସିଥିଲେ । ଏହି ଫିଲ୍ମଟି ଓଟିଟି ଫ୍ଲାଟଫର୍ମରେ ରିଲିଜ ହୋଇଯାଇଛି । ଏବେ ପୁଣିଥରେ ପରଦାକୁ କମବ୍ୟାକ କରୁଛନ୍ତି ସେ । ଏଥର ସେ ୱେବ ସିରିଜରେ ଦେଖାଇବେ ନିଜ ଅଭିନୟର ଯାଦୁ । ସେ ଖୁବଶୀଘ୍ର ଆଗାମୀ ସିରିଜ ‘ଦୁନିଆ ଗଇ ଭାହାଡ ମେ’ରେ ଦେଖାଯିବେ । ମୁଖ୍ୟ କଥା ହେଲା ଯେ ପରଦାରେ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ରାହୁଲ ସିରିଜରେ ଜଣେ ନାର୍କୋଟିକ୍ସ ଅଫିସର ରୂପେ ଅଭିନୟ କରିବେ । ତାଙ୍କ ବ୍ୟତୀତ ସିରିଜରେ ଆର୍ଯ୍ୟ ବବ୍ବର ଏବଂ ରୁତପନ୍ନା ଐଶ୍ବର୍ଯ୍ୟା ମଧ୍ୟ ନଜର ଆସିବେ ।

ସିରିଜ ବିଷୟରେ ଆଲୋଚନା କରି ରାହୁଲ କହିଛନ୍ତି, ‘ମୁଁ ଏମିତି ଏକ ପରିବାରରେ ବଢିଥିଲି ଯେଉଁଠାରେ ମୁଁ ଦେଶର ସେବା କରୁଥିବା ଲୋକଙ୍କ ଗହଣରେ ସବୁବେଳେ ରହୁଥିଲୁ । ମୋ ବାପା ଜଣେ ପୋଲିସ କର୍ମଚାରୀ । ମୁଁ ତାଙ୍କଠୁ ଶୃଙ୍ଖଳିତ ଜୀବନକୁ ସବୁ କିଛି ଶିଖିଛି । ତେଣୁ ମୁଁ ଏଭଳି ଭୂମିକାରେ ଅଭିନୟ କରିବାକୁ ଭଲ ପାଏ । ଯେତେବେଳେ ମୁଁ କାହାଣୀ ଶୁଣିଲି, ମୁଁ ଜାଣିଲି ଏହା ସେହି ଚରିତ୍ର ମଧ୍ୟରୁ ଅନ୍ୟତମ ଯେଉଁଥିରେ ମୁଁ ଭଲ ଅଭିନୟ କରିପାରିବି ।

ପ୍ରକାଶ ଥାଉକି ‘ଦୁନିଆ ଗଇ ଭାହାଡ ମେ’ର ନିର୍ଦ୍ଦେଶନା ଦାୟିତ୍ବ ରୋହିତ ଗାଙ୍ଗୁରଡେ ତୁଲାଉଥିବା ବେଳେ ଏହାର ପ୍ରଯୋଜନା କରୁଛନ୍ତି ଦିଲୀପ ପିଥଭା । ସେହିପରି ଓଟିଟି ପ୍ଲାଟଫର୍ମ ଡିଜିଫ୍ଲିକ୍ସ ଟିଭିରେ ଷ୍ଟ୍ରିମିଂ ହେବ ।

@IANS

ABOUT THE AUTHOR

...view details