ଓଡିଶା

odisha

ETV Bharat / sitara

ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଟାର୍ଗେଟ କରି ଟ୍ରୋଲ ହେଲେ ମନୋଜ - ଅଭିନେତା ମନୋଜ ଯୋଶୀଙ୍କୁ ଟ୍ରୋଲ

ଭାଇରାଲ ହେଉଛି ମନୋଜଙ୍କ ବିବାଦୀୟ ଟ୍ବିଟ । ଯାହାକୁ ଆଧାର କରି ରାଗିଲେ ଟ୍ରୋଲର୍ସ । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୋସିଆଲ ମିଡିଆରେ ଦାବି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

By

Published : Apr 20, 2021, 5:29 PM IST

ମୁମ୍ବାଇ: ବଲିଉଡ ଅଭିନେତା ମନୋଜ ଯୋଶୀ ଇଣ୍ଡଷ୍ଟ୍ରିର ସର୍ବୋତ୍ତମ ଅଭିନୟ ଏବଂ କମେଡି ପାଇଁ ଜଣାଶୁଣା । ସେ ଥିଏଟର ଜଗତରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ମଧ୍ୟ ସୃଷ୍ଟି କରିଛନ୍ତି । ଏହାବ୍ୟତୀତ ଅଭିନେତା ସୋସିଆଲ ମିଡିଆରେ ମଧ୍ୟ ଖୁବ୍ ଆକ୍ଟିଭ ରୁହନ୍ତି । ସେ ପ୍ରାୟତଃ ସାମାଜିକ ପ୍ରସଙ୍ଗରେ ପ୍ରତିକ୍ରିୟା ରଖୁଥିବାର ନଜର ଆସୁଛନ୍ତି । ହେଲେ ଇତିମଧ୍ୟରେ ଏକ ଟ୍ବିଟକୁ ନେଇ ତାଙ୍କୁ ଟ୍ରୋଲ କରାଯାଉଛି । ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଟାର୍ଗେଟ କରିଥିବାର ତାଙ୍କ ଉପରେ ଅଭିଯୋଗ ହୋଇଛି, ଯାହା ବର୍ତ୍ତମାନ ତାଙ୍କ ପାଇଁ ଅଡୁଆ ସୃଷ୍ଟି କରୁଛି।

ମନୋଜଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୋସିଆଲ ମିଡିଆରେ ଦାବି ମଧ୍ୟ କରୁଛନ୍ତି ୟୁଜର୍ସ । କଥାଟି ହେଲା ଯେ ସବୁବେଳେ ରାଜନୈତିକ ପ୍ରସଙ୍ଗରେ ଟ୍ବିଟ କରୁଥିବା ମନୋଜ ଏଥର କିନ୍ତୁ ମୁସଲମାନ ସମୁଦାୟ ଉପରେ ଟ୍ବିଟ କରି ହଟହଟା ।

ସେ ନିକଟରେ କରିଥିବା ଏକ ଟ୍ବିଟରେ ଲେଖିଥିଲେ, ‘ଯେଉଁ ଘରୁ ଅଫଜଲ ବାହାରୁଥିଲେ । ସେଠାରୁ କେବେ ଡାକ୍ତର ବାହାରିବେ କି ?’ । ତାଙ୍କର ଏହି ଟ୍ବିଟ ୟୁଜର୍ସଙ୍କୁ କ୍ରୋଧିତ କରିଦେଇଛି । ସୌହାର୍ଦ୍ଦ୍ୟକୁ ବିଭ୍ରାନ୍ତ କରୁଥିବା ଏବଂ ସାମ୍ପ୍ରଦାୟିକତାକୁ ପ୍ରୋତ୍ସାହିତ ଅଭିଯୋଗ ତାଙ୍କ ଉପରେ ଲଗାଇ ତାଙ୍କୁ ଟ୍ରୋଲ କରାଯାଉଛି ।

ତାଙ୍କୁ ଜବାବ ଦେଇ ଜଣେ ୟୁଜର ଲେଖିଛନ୍ତି, ‘ମୁଁ ବିଶ୍ବାସ କରିପାରୁନାହିଁ ଯେ ଆପଣଙ୍କୁ ଭଲ ଅଭିନେତା ଭାବୁଥିଲି । ହେଲେ ଆପଣ ଭଲ ବ୍ୟକ୍ତି ମଧ୍ୟ ହୋଇପାରିଲେନି ।’ ସେହିପରି ଦ୍ବିତୀୟ ଯୁଜର ଲେଖିଛନ୍ତି, ‘ମୁଁ ଆପଣଙ୍କ ଫ୍ୟାନ ଥିଲି । ଆଉ ଆପଣଙ୍କୁ ଭଲ ମଣିଷ ଭାବୁଥିଲି । ହେଲେ ଆପଣଙ୍କ ଭିତରେ ଆତ୍ମା ନାହିଁ ।’

ABOUT THE AUTHOR

...view details