ମୁମ୍ବାଇ: ମନୋଜ ବାଜପେୟୀଙ୍କ ଚର୍ଚ୍ଚିତ ୱେବ ‘ସିରିଜ ଦ ଫ୍ୟାମିଲି ମ୍ୟାନ 2’ ଦେଖିବାକୁ ଏକ୍ସାଇଟେଡ ଫ୍ୟାନ୍ସ । ଏହି ସିରିଜରେ ସାଉଥ ଅଭିନେତ୍ରୀ ସାମନ୍ଥା ନଜର ଆସିବେ । ଏହା ତାଙ୍କ ପ୍ରଥମ ହିନ୍ଦୀ ୱେବ ସିରିଜ । ଇତିମଧ୍ୟରେ ସିରିଜକୁ ନେଇ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କିମାରୁଛି ଯେ କଣ ମୁସା ବଞ୍ଚିଛି । ମୁସା ହେଲେ ପ୍ରଥମ ସିରଜର ଭୟାନକ ଆତଙ୍କବାଦୀ । ଯାହାଙ୍କୁ ଅନେକ ଆତଙ୍କବାଦୀଙ୍କ ସହ ହତ୍ୟା କରିଥିଲେ ମନୋଜ । ତେବେ ଆସନ୍ତୁ ଜାଣିବା ପୁରା ମାମଲା...
କଥାଟି ହେଲା ଯେ ମନୋଜ ସିରଜର ସେଟରୁ ବିଟିଏସ ଭିଡିଓ ଟ୍ବିଟରରେ ସେୟାର କରିଛନ୍ତି । ଯାହାର କ୍ୟାପସନରେ ଲେଖିଛନ୍ତି, ‘ସେ ଫେରିଆସିଛି । କଣ ସେ ସତରେ ଫେରିଆସିଛି ।’