ଓଡିଶା

odisha

ETV Bharat / sitara

ଅନ୍ୟର ଅସାବଧାନତା ଯୋଗୁଁ ମୁଁ କୋରୋନା ସଂକ୍ରମିତ: ମନୋଜ ବାଜପେୟୀ - ମନୋଜ ବାଜପେୟୀଙ୍କ ଆଗାମୀ ଫିଲ୍ମ ଡିସପାଚ୍

କୋରୋନା ସଂକ୍ରମିତ ହେବା ବିଷୟରେ ଆଲୋଚନା କଲେ ମନୋଜ । ଗତ ସପ୍ତାହରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

By

Published : Mar 17, 2021, 10:59 AM IST

ମୁମ୍ବାଇ: ନିକଟରେ ଅଭିନେତା ମନୋଜ ବାଜପେୟୀ କୋରୋନା ପଜିଟିଭି ବାହାରିଥିଲେ । ଯାହାପାଇଁ ବର୍ତ୍ତମାନ ସେ କ୍ବାରେଣ୍ଟାଇନରେ ଅଛନ୍ତି । ହେଲେ ମଙ୍ଗଳବାର କୋରୋନା ବିଷୟରେ ସେ କହିଥିଲେ ଯେ ଏହି ଭାଇରସର ସଂକ୍ରମିତ ହେବାର କାରଣ ତାଙ୍କର ନୂଆ ଫିଲ୍ମ ‘ଡିସପାଚ୍‌’ର କ୍ରୁଙ୍କ ମଧ୍ୟରୁ କେହି ଜଣେ ପ୍ରୋଟୋକଲ ପ୍ରତି ସାବଧାନ ନଥିଲେ। ପ୍ରଥମେ ଫିଲ୍ମ ନିର୍ଦ୍ଦେଶକ କନୁ ବହଲଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଯାହାପରେ ମନୋଜଙ୍କ ଟେଷ୍ଟ କରାଯାଇଥିଲା ।

କୋରୋନା ବିଷୟରେ ଆଲୋଚନା କରି ମନୋଜ କହିଥିଲେ, ‘ଯଦି ସୁଟିଂ ସମୟରେ କୋଭିଡ-19ର ପ୍ରୋଟୋକଲ୍ ଅନୁସରଣ କରାଯାଏ ତେବେ ଆପଣ କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି ନାହିଁ । ଯେତେବେଳେ ଆପଣ ସେହି ପ୍ରୋଟୋକଲ ଗୁଡିକୁ ଫଲୋ କରନ୍ତିନାହିଁ ସେତେବେଳେ ସମସ୍ୟା ଉପୁଜେ । ମୁଁ କୋରୋନା ଦ୍ବାରା ସଂକ୍ରମିତ ହୋଇଥିଲି କାରଣ ଅନ୍ୟ କେହି ନିୟମ ପାଳନ କରିନଥିଲେ ଏବଂ ପୁରା ସୁଟ ବାତିଲ କରିବାକୁ ପଡିଲା ।’

ଯଦି ଫିଲ୍ମ ‘ଡିସପାଚ୍‌’ ବିଷୟରେ କଥା ହେବା ତାହାଲେ ବର୍ତ୍ତମାନ ଏହାର ସୁଟିଂ ବନ୍ଦ ଅଛି । ହେଲେ ଫିଲ୍ମର ସୁଟିଂ ଲଣ୍ଡନ, ଦିଲ୍ଲୀ ଏବଂ ମୁମ୍ବାଇରେ କରିବାକୁ ଯୋଜନା କରିଛନ୍ତି ମେକର୍ସ । ଗତ ଫେବୃଆରୀ 6ରେ ଫିଲ୍ମର ସୁଟିଂ ଆରମ୍ଭ କରିଥିଲେ ମନୋଜ । ଏହି ଫିଲ୍ମ କ୍ରାଇମ ଜର୍ନାଲିଜିମର ଥ୍ରିଲର କାହାଣୀ ଉପରେ ଆଧାରିତ ।

ABOUT THE AUTHOR

...view details