ମୁମ୍ବାଇ: ମଧ୍ୟପ୍ରଦେଶର ଇନ୍ଦୋରରେ ଅଭିନେତା କୁନାଲ ଖେମୁଙ୍କ ଚର୍ଚ୍ଚିତ ସିରିଜ ‘ଅଭୟ 2’କୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି । ଜିଲ୍ଲାରେ ସ୍ବାଧୀନତା ସଂଗ୍ରାମ ପରିବାର ସହ ସମ୍ପୃକ୍ତ ଥିବା ଲୋକ ଏହି ସିରିଜର ବିରୋଧ କରୁଥିବାର ନଜର ଆସୁଛନ୍ତି । ଏହାସହ ସିରିଜ ନିର୍ମାତା ଓ ଏଥିରେ ସମ୍ପୃକ୍ତ ଥିବା ଲୋକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି କରୁଛନ୍ତି । ନିକଟରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିବା ଏହି ୱେବ ସିରିଜରେ ବିବାଦୀୟ ସିନ ପର୍ଯ୍ୟବେଶିତ ହେଉଥିବାର ଅଭିଯୋଗ ଲାଗିଛି ।
‘ଅଭୟ 2’କୁ ନେଇ ମଧ୍ୟପ୍ରଦେଶରେ ବିରୋଧ ପ୍ରଦର୍ଶନ - ବିବାଦ ଘରରେ କୁନାଲଙ୍କ ଫେମସ ୱେବ ସିରିଜ ‘ଅଭୟ 2’
ବିବାଦ ଘରରେ କୁନାଲଙ୍କ ଫେମସ ୱେବ ସିରିଜ ‘ଅଭୟ 2’ । ସିରିଜର ଗୋଟିଏ ସିନରେ ସ୍ବାଧୀନ ସଂଗ୍ରାମୀଙ୍କୁ ଅପମାନ କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ଇନ୍ଦୋରବାସୀ ।
![‘ଅଭୟ 2’କୁ ନେଇ ମଧ୍ୟପ୍ରଦେଶରେ ବିରୋଧ ପ୍ରଦର୍ଶନ ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କୁନାଲ ଖେମୁ](https://etvbharatimages.akamaized.net/etvbharat/prod-images/768-512-8480637-636-8480637-1597843044653.jpg)
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କୁନାଲ ଖେମୁ
କଥାଟି ହେଲା ଯେ ‘ଅଭୟ 2’ରେ ଗୋଟିଏ ସିନରେ ଦେଖିବାକୁ ମିଳିଥିଲା ଯେ ଥାନା ଭିତରେ ସ୍ବାଧୀନ ସଂଗ୍ରାମୀ ଖୁଦୀରାମ ବୋଷଙ୍କ ଫଟୋ ସେହି ବୋର୍ଡରେ ଲାଗିଥିବାର, ଯେଉଁଠାରେ ଅନ୍ୟ ଅପରାଧିଙ୍କ ଫଟୋ ଲାଗିଥିଲା । ଏହାକୁ ଶହୀଦ ଖୁଦୀରାମଙ୍କ ଅପମାନ ବୋଲି କୁହାଯାଉଛି ।
ଏହି ସିନ ସିରିଜର ଦ୍ବିତାୟ ପାର୍ଟର 27 ମିନିଟ 30 ସେକେଣ୍ଡରେ ପର୍ଯ୍ୟବେଶିତ କରାଯାଇଛି । ସିନ ଭାଇରାଲ ହେଲା ପରେ ଏହାର ଉପରେ ଲୋକ ଆପତ୍ତି ପ୍ରକାଶ କରିଛନ୍ତି । ଆଉ ସିରିଜ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି କରୁଛନ୍ତି ।