ମୁମ୍ବାଇ: ବଲିଉଡରେ ସବୁ ଅଭିନେତାଙ୍କ ପରି ଲୋକପ୍ରିୟ ଅଭିନେତା କୁନାଲ ଖେମୁ ମଧ୍ୟ ନିଜ ଜୀବନରେ ଅନେକ ସମସ୍ୟା ଦେଇ ଗତି କରିଛନ୍ତି । ହେଲେ ତାଙ୍କୁ ସବୁବେଳେ ଦର୍ଶକଙ୍କ ପ୍ରଶଂସା ସବୁ ସମସ୍ୟା ସହ ଲଢିବାକୁ ସାହସ ଯୋଗାଇଥାଏ । ଇଣ୍ଡଷ୍ଟ୍ରିରେ ନିଜ ଯାତ୍ରାକୁ ନେଇ କୁନାଲ ସନ୍ତୁଷ୍ଟ ଅନୁଭବ କରନ୍ତି। ସେହିପରି ସେ ବିଶ୍ବାସ କରନ୍ତି ଯେ ଜଣେ ଅଭିନେତା ଭାବେ ତାଙ୍କର ସାମର୍ଥ୍ୟ ଏଯାବତ ଖୋଲିନାହିଁ। ଏହି ସବୁ କଥାର ଖୁଲାସା ସେ ଏକ ସାକ୍ଷାତକାରରେ କରିଛନ୍ତି ।
ସେ ଏକ ସାକ୍ଷାତକାରରେ ଯୋଗ ଦେଇ କହିଛନ୍ତି, ‘ଆଜି ମୁଁ ନିଜକୁ କମ ଅନୁଭବ କରୁନାହିଁ । ସବୁ ଜିନିଷ ପ୍ରତି ମୋର ଭିନ୍ନ ଦୃଷ୍ଟିକୋଣ । ମତେ ଲାଗୁଛି ମୁଁ ଦୀର୍ଘ ସମୟରୁ ଏପରି କରିଆସୁଛି । ଆଉ ଏବେ ମଧ୍ୟ କରୁଛି । ମୁଁ ଏହାକୁ ଅନେକ ବର୍ଷ ପର୍ପ୍ୟନ୍ତ ଜାରି ରଖିବାକୁ ମଧ୍ୟ ଚାହିଁବି । ଗୋଟିଏ ପଟେ ମୁଁ ଅନୁଭବ କରେ ଯେ ମୁଁ ଅଧିକ ଯୋଗ୍ୟ ଏବଂ ମୋର ଅଧିକ ପାଇବା ଉଚିତ୍ । କିନ୍ତୁ ସେହି ସମୟରେ ମୋତେ ଯାହା ମିଳିଥାଏ ମୁଁ ସେଥିରେ ମଧ୍ୟ କୃତଜ୍ଞ ଅନୁଭବ କରେ । ଏବେ ମତେ ନିଜ ଉପରେ କାମ ଜାରି ରଖିବାକୁ ପଡିବ । ଏମିତି ଅନେକ ଲୋକ ଅଛନ୍ତି ଯିଏ ମତେ କହିଛନ୍ତି ମୁଁ ନବାଗତ ଅଭିନେତାଙ୍କ ଭଳି ନର୍ଭସ ହେଉଛି ଯେବେ ବର୍ଷ, ଦୁଇ ବର୍ଷରେ ପରଦାକୁ ଫିଲ୍ମ ନେଇ ଫେରୁଛି । ପ୍ରକୃତ କଥା ହେଲା ମୁଁ ବାସ୍ତବରେ ନର୍ଭସ ଅନୁଭବ କରେ ଯେବେ ମୋ ଫିଲ୍ମ ରିଲିଜ ହୁଏ । ମୁଁ ଭାବୁଛି ଦର୍ଶକ ମତେ ବହୁତ ଭଲ ପାଉଛନ୍ତି।’