ଓଡିଶା

odisha

କିଙ୍ଗ ଖାନଙ୍କ ଆଗାମୀ ପ୍ରଯୋଜିତ ଫିଲ୍ମରୁ ବାଦ୍ ପଡିଲେ କାର୍ତ୍ତିକ !

By

Published : May 28, 2021, 11:23 AM IST

ଆଉ ଏକ ଫିଲ୍ମ ହାତ ଛଡା କଲେ କାର୍ତ୍ତିକ ଆର୍ୟନ । ଏଥର ଶାହରୁଖଙ୍କ ପ୍ରଯୋଜିତ ଫିଲ୍ମରୁ ସେ ପଡିଛନ୍ତି ବାଦ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: କିଛି ଦିନରୁ ଚର୍ଚ୍ଚା ଜୋର ଧରିଥିଲା ଯେ କ୍ୟୁଟ ଆକ୍ଟର କାର୍ତ୍ତିକ ଆର୍ଯ୍ୟନ ସୁପରଷ୍ଟାର ଶାହରୁଖ ଖାନଙ୍କ ପ୍ରଡକ୍ସନ ହାଉସରେ ନିର୍ମାଣ ହେଉଥିବା ଆଗାମୀ ଫିଲ୍ମରେ ନଜର ଆସିବେ । ଯାହାକୁ ନେଇ ଖୁସି ଥିଲେ ଫ୍ୟାନ୍ସ । ହେଲେ ବର୍ତ୍ତମାନ ନୈରାଶ୍ୟଜନକ ଖବର ସାମ୍ନାକୁ ଆସିଛି । କାରଣ ଫିଲ୍ମରୁ ବାଦ ପଡିଛନ୍ତି କାର୍ତ୍ତିକ । ଏହାସହ ସେ ଦସ୍ତଖତ ରାଶି ମଧ୍ୟ ଫେରସ୍ତ କରିଛନ୍ତି । ଏହି ଖବର ସାମ୍ନାକୁ ଆସିବା ମାତ୍ରେ ସମସ୍ତେ ଆଶ୍ଚର୍ଯ୍ୟ ।

ରିପୋର୍ଟ ଅନୁଯାୟୀ, କାର୍ତ୍ତିକଙ୍କର ସୃଜନଶୀଳ ସମସ୍ୟା ରହିଥିଲା ​​ଏବଂ ସ୍କ୍ରିପ୍ଟରେ ସେ ସନ୍ତୁଷ୍ଟ ନଥିଲେ। ଗତ 15 ଦିନ ମଧ୍ୟରେ କ୍ରିଏଟିଭ୍ ପାର୍ଥକ୍ୟ କ୍ରପ୍ ହୋଇଥିଲା ଯେଉଁଠାରେ କାର୍ତ୍ତିକ ନିର୍ଦ୍ଦେଶକ ଅଜୟ ବହଲଙ୍କୁ ଫିଲ୍ମର ସ୍କ୍ରିପ୍ଟ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

ଏହି ଫିଲ୍ମଟି ଏକ ପ୍ରେମ କାହାଣୀ ହୋଇଥିବାରୁ ସମସ୍ତେ ଅନୁମାନ କରୁଛନ୍ତି ଯେ କାର୍ତ୍ତିକ ବୋଧହୁଏ ଅନୁଭବ କରିଥିଲେ ଯେ ତାଙ୍କ ବିପକ୍ଷରେ ସୁନ୍ଦରୀ କ୍ୟାଟ୍ରିନା କୈଫ ତାଙ୍କ ଅପେକ୍ଷା ବୟସ୍କ ଦେଖାଯିବେ ।

ପ୍ରକାଶ ଥାଉକି ନିକଟରେ କାର୍ତ୍ତିକଙ୍କୁ ନିଜ ଫିଲ୍ମ ‘ଦୋସ୍ତାନା 2’ରୁ ଆଉଟ୍ କରିଦେଇଥିଲେ କରନ ଜୋହର । ଯାହାକୁ ନେଇ ଏଯାବତ ଚର୍ଚ୍ଚା । କାର୍ତ୍ତିକଙ୍କ ଉପରେ ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ନିର୍ଦ୍ଦେଶକ । ଏହାସହ ସେ ଫିଲ୍ମ ପାଇଁ ମୋଟା ଅଙ୍କ ଡିମାଣ୍ଡ କରିବାକୁ କରନ ତାଙ୍କୁ ଫିଲ୍ମରୁ ବାହାର କରିଦେଇଛନ୍ତି ବୋଲି ଶୁଣିବାକୁ ମିଳିଛି । ତାଙ୍କ ସ୍ଥାନରେ ଫିଲ୍ମରେ ନଜର ଆସିବେ ସୁପରଷ୍ଟାର ଅକ୍ଷୟ କୁମାର ।

ABOUT THE AUTHOR

...view details