ଓଡିଶା

odisha

ଖୋଲିଲା କାର୍ତ୍ତିକଙ୍କ ଭାଗ୍ୟ, ହାତରେ ଲାଗିଲା ଏକତାଙ୍କ ଫିଲ୍ମ

By

Published : Jun 23, 2021, 8:48 AM IST

କାର୍ତ୍ତିକଙ୍କୁ ନେଇ ବଡ ଖବର । ଏଥର ଏକତାଙ୍କ ଆଗାମୀ ଫିଲ୍ମରେ ନଜର ଆସିବେ ଅଭିନେତା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କାର୍ତ୍ତିକ ଆର୍ୟନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କାର୍ତ୍ତିକ ଆର୍ୟନ

ମୁମ୍ବାଇ: ବଲିଉଡର କ୍ୟୁଟ ଆକ୍ଟର କାର୍ତ୍ତିକ ଆର୍ୟନ ଗତ କିଛି ଦିନରୁ ଚର୍ଚ୍ଚାରେ । ଲଗାତାର ତାଙ୍କ ହାତରୁ ଚାଲି ଯାଇଛି ତିନୋଟି ବିଗ ବଜେଟ ଫିଲ୍ମ । ଯାହାକୁ ନେଇ କ୍ରୋଧିତ ତାଙ୍କ ଫ୍ୟାନ୍ସ । ସୋସିଆଲ ମିଡିଆରେ ତାଙ୍କୁ ସମର୍ଥନ କରୁଛନ୍ତି ସମସ୍ତେ । ଇତିମଧ୍ୟରେ ତାଙ୍କୁ ନେଇ ସାମ୍ନାକୁ ଆସିଲା ବଡ ଖବର । ଯାହା ଶୁଣି ଖୁସି ହୋଇଯିବେ ଫ୍ୟାନ୍ସ । କାରଣ ତାଙ୍କ ହାତରେ ଲାଗିଛି ଫେମସ ନିର୍ମାତା ଏକତା କପୁରଙ୍କ ଫିଲ୍ମ ।

ଆଜ୍ଞା ହଁ, ସେ ଏକତାଙ୍କ ‘ଶାହଜ୍ୟାଦା’ ଫିଲ୍ମରେ ସାଇନ କରିଛନ୍ତି । ଯାହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇବେ ନିର୍ଦ୍ଦେଶକ ତଥା ବରୁଣ ଧୱନଙ୍କ ଭାଇ ରୋହିତ ଧୱନ ।

ପ୍ରକାଶ ଥାଉକି ଏହି ଫିଲ୍ମ ସାଉଥ ସୁପରହିଟ୍ ଫିଲ୍ମ ‘ଅଲା ବୈକୁଣ୍ଠପୁରାମଲେ’ର ହିନ୍ଦୀ ରିମେକ । ସେହିପରି ଫିଲ୍ମରେ କାର୍ତ୍ତିକ ଅପୋଜିଟ୍ ଅଭିନେତ୍ରୀ ପାଇଁ କାଷ୍ଟିଂ ଚାଲିଛି । ଏଯାବତ ମୁଖ୍ୟ ଅଭିନେତ୍ରୀଙ୍କୁ ନେଇ କୌଣସି ସୂଚନା ସାମ୍ନାକୁ ଆସିନାହିଁ । ହେଲେ କ୍ରିତି ସାନନଙ୍କୁ ନେଇ ଚର୍ଚ୍ଚା ହେଉଛି । ଏହି ଯୋଡି ପୂର୍ବରୁ ମଧ୍ୟ ରୋମାଣ୍ଟି ଡ୍ରାମା ଫିଲ୍ମ ‘ଲୁକା ଛପି’ରେ ଏକାଠି କାମ କରିସାରିଛନ୍ତି ।

ABOUT THE AUTHOR

...view details