ଓଡିଶା

odisha

କାର୍ତ୍ତିକଙ୍କ କ୍ୟାପସନକୁ ‘ମୋର’ କହିଲେ ମୃଣାଳ

By

Published : Jun 28, 2021, 1:14 PM IST

କାର୍ତ୍ତିକଙ୍କ ଫଟୋରେ ଆଶ୍ଚର୍ଯ୍ୟକର କମେଣ୍ଟ କଲେ ମୃଣଳ । ତାଙ୍କ କ୍ୟାପସନକୁ ନେଇ ସେୟାର କଲେ ଇମୋଜି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: କ୍ୟୁଟ ଆକ୍ଟର କାର୍ତ୍ତିକ ଆର୍ୟନ ସୋସିଆଲ ମିଡିଆରେ ନିଜର ଏକ ନୂଆ ଫଟୋ ପୋଷ୍ଟ କରି ଚର୍ଚ୍ଚାରେ । ସେ ଫ୍ୟାନ୍ସଙ୍କୁ ଖୁସ୍ କରିବା ପାଇଁ ପ୍ରାୟତଃ ନିଜର ଫଟୋ, ଭିଡିଓ ସେୟାର କରନ୍ତି । ଇତିମଧ୍ୟରେ ଭାଇରାଲ ହେଉଛି ତାଙ୍କ ସନକିସ୍ଡ ଫଟୋ । ଯାହାକୁ ପସନ୍ଦ କରୁଛନ୍ତି ଫ୍ୟାନ୍ସଙ୍କ ସହ ସେଲିବ୍ରିଟି ଫ୍ରେଣ୍ଡ ମଧ୍ୟ । ହେଲେ ତାଙ୍କ ଫଟୋରେ କମେଣ୍ଟ କରି ଚର୍ଚ୍ଚାରେ ‘ସୁପର 30’ ଅଭିନେତ୍ରୀ ମୃଣାଳ ଠାକୁର ।

କଥାଟି ହେଲା ଯେ ରବିବାର ଇନଷ୍ଟାଗ୍ରାମରେ କାର୍ତ୍ତିକ ନିଜର ଏକ ସନକିସ୍ଡ ସେଲ୍ଫି ସେୟାର କରିଥିଲେ । ଯାହାର କ୍ୟାପସନରେ ସେ ଲେଖିଛନ୍ତି, ‘ୱାଟରମେଲନ୍ ସୁଗାର ହାଇ ।’

ସେପଟେ କମେଣ୍ଟ କରି ମୃଣାଳ ଲେଖିଛନ୍ତି, ‘ତାହା ମୋର କ୍ୟାପସନ ଥିଲା ।’ ସେହିପରି ମୃଣାଳ ଆଶ୍ଚର୍ଯ୍ୟକର ଇମୋଜି ମଧ୍ୟ ପୋଷ୍ଟ କରିଛନ୍ତି ।

ଯଦି କାର୍ତ୍ତିକଙ୍କ ଆଗାମୀ ଫିଲ୍ମ ବିଷୟରେ କଥା ହେବା ତାହାଲେ ସେ ଖୁବଶୀଘ୍ର ଏକତା କପୁରଙ୍କ ଆଗାମୀ ଫିଲ୍ମ ‘ଶାହଜ୍ୟାଦା’ରେ ନଜର ଆସିବେ । ସେହିପରି ‘ସତ୍ୟାନାରାୟଣ କି କଥା’ରେ ମଧ୍ୟ ଅଭିନୟ କରିବେ ଅଭିନେତା ।

ଖାଲି ଏତିକି ନୁହେଁ ତାଙ୍କ ଆଗାମୀ ଆକ୍ସନ ଡ୍ରାମା ଫିଲ୍ମ ‘ଧମାକା’ ମଧ୍ୟ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି । ଏହାସହ ସେ ଫିଲ୍ମ ‘ଭୁଲ ଭୁଲୈୟା 2’ରେ ମଧ୍ୟ ନଜର ଆସିବେ ।

ABOUT THE AUTHOR

...view details