ଓଡିଶା

odisha

ETV Bharat / sitara

ମୁମ୍ବାଇ ଛାଡି ମନାଲୀ ଫେରିଲେ କୁଇନ - Actor Kangana Ranaut

ମୁମ୍ବାଇ ଛାଡିଲେ କଙ୍ଗନା ରଣାୱତ୍। କୁଇନ ଦେବଭୂମି ହିମାଚଳ ପ୍ରଦେଶକୁ ଫେରିଯିବେ। ତେବେ ପରିବାରର ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ କଙ୍ଗନା ବିମାନବନ୍ଦରରେ ପହଁଞ୍ଚିଛନ୍ତି।

ମୁମ୍ବାଇ ଛାଡିଲେ କୁଇନ, ଦେବଭୂମି ହିମାଚଳ ପ୍ରଦେଶକୁ ଫେରିଯିବେ
ମୁମ୍ବାଇ ଛାଡିଲେ କୁଇନ, ଦେବଭୂମି ହିମାଚଳ ପ୍ରଦେଶକୁ ଫେରିଯିବେ

By

Published : Sep 14, 2020, 9:12 AM IST

ମୁମ୍ବାଇ: ମୁମ୍ବାଇ ଛାଡିଲେ କଙ୍ଗନା ରଣାୱତ୍। କୁଇନ ଦେବଭୂମି ହିମାଚଳ ପ୍ରଦେଶକୁ ଫେରିଯିବେ। ତେବେ ପରିବାରର ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ କଙ୍ଗନା ବିମାନବନ୍ଦରରେ ପହଁଞ୍ଚିଛନ୍ତି।

ଅଭିନେତ୍ରୀ କଙ୍ଗନା ଗତ କିଛି ଦିନ ହେବ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଏହାସହ ଶିବସେନା ନେତା ସଞ୍ଜୟ ରାଉତଙ୍କ ସହ ବିବାଦ ବଢିବା ପରେ ସେ କଙ୍ଗନାଙ୍କୁ ମୁମ୍ବାଇରେ ପୂରାଇ ଦେବେ ନାହିଁ ବୋଲି କହିଥିଲେ। ଏହା ପରେ କଙ୍ଗନା ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି 9 ସେପ୍ଟେମ୍ବରରେ ମୁମ୍ବାଇ ଆସିଥିଲେ।

ଏପଟେ ପ୍ରତିଶୋଧ ନେବା ବିଏମସି ମଧ୍ୟ କଙ୍ଗନାଙ୍କ କାର୍ଯ୍ୟାଳୟକୁ ବେଆଇନ ଦର୍ଶାଇ ବୁଲଡୋଜର ଚଳାଇଥିଲା। ଏହା ପରେ କଙ୍ଗନା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ମଧ୍ୟ ସମାଲୋଚନା କରିଥିଲେ ଏବଂ ମହାରାଷ୍ଟ୍ର ସରକାର କଙ୍ଗନା ବିରୋଧରେ ଯୁକ୍ତିତର୍କ ବଢିଥିଲା। କଙ୍ଗନା ଗତ ପାଞ୍ଚ ଦିନ ଧରି ମୁମ୍ବାଇରେ ରହିଥିଲେ।

ରାଜନୈତିକ ମାହୋଲରେ ଆଲୋଚନା ହୋଇଥିଲା ଯେ ସୁଶାନ୍ତ ସିଂ ମାମଲା ସହିତ ଆରମ୍ଭ ହୋଇଥିବା ବିବାଦ ବିହାର ନିର୍ବାଚନ ପାଇଁ ଗେମ୍ ପଏଣ୍ଟ ଥିଲା। ବିହାର ନିର୍ବାଚନ ପାଖେଇ ଆସୁଥିବାରୁ ରାଜନୈତିକ ସର୍କଲରେ ଚର୍ଚ୍ଚା ହେଉଛି ଯେ ଅଭିନେତ୍ରୀ କଙ୍ଗନା ସେଠାକୁ ଯାଇ ବିଜେପି ପାଇଁ ପ୍ରଚାର କରିବେ।

ତେବେ ସୋମବାର କଙ୍ଗନା ନିଜ ସହର ହିମାଚଳ ପ୍ରଦେଶ ପାଲି ହିଲ ଅଭିମୁଖେ ବାହାରିଛନ୍ତି। ବର୍ତ୍ତମାନ ଦେଖିବାକୁ ବାକି ରହିଲା ଯେ, କଣ୍ଟ୍ରୋଭର୍ସି କୁଇନ ଆଗାମୀ ଦିନରେ କେଉଁ ଷ୍ଟେପ ନେଉଛନ୍ତି।

ABOUT THE AUTHOR

...view details