ମୁମ୍ବାଇ: ପ୍ରଧାନମନ୍ତ୍ରୀ ଗତ ମଙ୍ଗଳବାର ପୁରା ଦେଶକୁ ଲକଡାଉନ କରିବା ଘୋଷଣା କରିଥିଲେ। ଯାହାପରେ ସୋସିଆଲ ମିଡିଆରେ ଏମିତି ଅନେକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ କିଛି ମଜୁରିଆ ଚାଲି ଚାଲି ନିଜ ନିଜ ଗାଁକୁ ଫେରିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ସେହି ସମୟରେ ପୋଲିସ ମଧ୍ୟ ତାଙ୍କ ସହ ଖରାପ ବ୍ୟବହାର କରିଥିଲେ। ମଜୁରିଆଙ୍କ ଏପରି ଅବସ୍ଥା ଉପରେ ଦୁଃଖ ପ୍ରକାଶ କରିଛନ୍ତି ଅନେକ ଲୋକ। ଆଉ ଏବେ ଅଭିନେତା, ପ୍ରଯୋଜକ କମାଲ ଆର ଖାନ ପିଏମ ମୋଦିଙ୍କ ଲକଡାଉନ ଉପରେ ଏକ ଟ୍ବିଟ କରିଛନ୍ତି।
ଲକଡାଉନକୁ ନେଇ ଏମିତି ଟ୍ବିଟ୍ କଲେ କେଆରକେ - ପିଏମ ମୋଦିଙ୍କ ଲକଡାଉନ ନ୍ୟୁଜ
ସବୁବେଳେ ନିଜ ବିବାଦୀୟ ଟ୍ବିଟକୁ ନେଇ ଚର୍ଚ୍ଚାରେ ରହୁଥିବା ଫେମସ ଅଭିନେତା କେଆରକେ ଏବେ ପୁଣି ଚର୍ଚ୍ଚାରେ । ଏଥର ସେ ଲକଡାଉନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି।
କେଆରକେଙ୍କ ଏହି ଟ୍ବିଟ ଉପରେ ବର୍ତ୍ତମାନ ସୋସିଆଲ ମିଡିଆ ୟୁଜର୍ସଙ୍କ ପ୍ରତିକ୍ରିୟା ଆସିବାରେ ଲାଗିଛି। ସେ ଟ୍ବିଟରେ ଲେଖିଛନ୍ତି, ‘ପିଏମ ମୋଦି 21 ଦିନର ଲକଡାଉନରେ ପୁଣିଥରେ ସାବ୍ୟସ୍ତ କରିଦେଇଛନ୍ତି ସେ ଭଲ କାମ କରିବାକୁ ଚେଷ୍ଟା କରନ୍ତି। ହେଲେ ସବୁବେଳେ ଜଲଦିରେ ଭୁଲ କାମ କରିଦିଅନ୍ତି। ସେ କିଛି ମଧ୍ୟ କରିବା ପୂର୍ବରୁ ଠିକ୍ ରୂପେ ଭାବନ୍ତି ନାହିଁ। ତାଙ୍କ ପ୍ରୟାସ ଭୁଲ ନୁହେଁ। ହେଲେ ତଥାପି ଭୁଲ ହୋଇଯାଉଛି। ଲକଡାଉନରେ 24 ଘଣ୍ଟାର ବିଳମ୍ବ ସମସ୍ତଙ୍କ ପାଇଁ ସଠିକ ନିଷ୍ପତ୍ତି ହୋଇଥାଆନ୍ତା।’
ପ୍ରକାଶ ଥାଉକି ଭାରତରେ ଅନେକ ଲୋକ କୋରୋନା ଭାଇରସରେ ସଂକ୍ରମିତ ହୋଇସାରିଲେଣି । ସେହିପରି ପାଖାପାଖି 20 ଜଣଙ୍କ ମୃତ୍ୟୁ ହୋଇଛି ।