ଓଡିଶା

odisha

ETV Bharat / sitara

ବାଇକ୍ ଷ୍ଟଣ୍ଟ କରି ଟ୍ରୋଲ ହେଲେ ଜନ - ସୁନ୍ଦରୀ ଅଭିନେତ୍ରୀ ଦିବ୍ୟା ଖୋସଲାଙ୍କ ନ୍ୟୁଜ

ଭାଇରାଲ ହେଲା ଜନଙ୍କ ନୂଆ ଭିଡିଓ। ଷ୍ଟଣ୍ଟ କରୁଥିବାର ଆସିଲେ ନଜର । ହେଲେ ଭିଡିଓ ଦେଖି ରାଗିଲେ ସୋସିଆଲ ମିଡିଆ ୟୁଜର୍ସ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜନ ଅବ୍ରହାମ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜନ ଅବ୍ରହାମ

By

Published : Feb 11, 2021, 9:03 AM IST

ମୁମ୍ବାଇ: ହ୍ୟାଣ୍ଡସମ ହଙ୍କ ଜନ ଅବ୍ରହାମ ଏବର୍ଷ ଆକ୍ସନ ଡ୍ରାମା ଫିଲ୍ମ ‘ସତ୍ୟମେବ ଜୟତେ 2’ ନେଇ ଫେରିବେ । ଯେଉଁଥିରେ ତାଙ୍କ ସହ ନଜର ଆସିବେ ସୁନ୍ଦରୀ ଅଭିନେତ୍ରୀ ଦିବ୍ୟା ଖୋସଲା । ସେପଟେ ଏହି ଫିଲ୍ମକୁ ନେଇ ଫ୍ୟାନ୍ସ ଉତ୍ସାହିତ ଥିବା ବେଳେ ସୋସିଆଲ ମିଡିଆରେ ବର୍ତ୍ତମାନ ଟ୍ରୋଲ ହେଉଛନ୍ତି ଅଭିନେତା । ଏକ ପୋଷ୍ଟ ପାଇଁ ଟ୍ରୋଲର୍ସ ତାଙ୍କୁ ଟାର୍ଗେଟ କରିଛନ୍ତି ।

ତେବେ କଥାଟି ହେଲା ଯେ ବୁଧବାର ସେ ଇନଷ୍ଟାଗ୍ରାମରେ ନିଜର ଏକ ଷ୍ଟଣ୍ଟ ଭିଡିଓ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ବାଇକ୍ ଷ୍ଟଣ୍ଟ କରୁଥିବାର ନଜର ଆସୁଥିଲେ । ଭିଡିଓ ଦେଖି ଲାଗୁଛି ଜନ ଫିଲ୍ମର ସୁଟିଂ କରୁଥିବାର । ହେଲେ ବିନା ହେଲମେଟରେ ବାଇକ୍ ଚଲାଉଥିବାରୁ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି ।

ସେହିପରି ଏହାର କ୍ୟାପସନରେ ଜନ ଲେଖିଛନ୍ତି,‘ଷ୍ଟଣ୍ଟିଂ, ଆକ୍ସନ, ବାଇକ୍ସ, ଆଟାକ୍ ।’ ଏଥିରେ ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତି, ‘ସୁରକ୍ଷା ଚିନ୍ତା ନାହିଁ ।’ ଦ୍ବିତୀୟ ୟୁଜର କହିଛନ୍ତି, ‘ଜନ ଦୟା କରି ହେଲମେଟ ପିନ୍ଧନ୍ତୁ ।’

ଯଦି ‘ସତ୍ୟମେବ ଜୟତେ 2’ କଥା ହେବା ତାହାଲେ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ମିଲାପ ଜାବେରି । ସେହିପରି ଜନ ଓ ଦିବ୍ୟାଙ୍କ ବ୍ୟତୀତ ଫିଲ୍ମରେ ମନୋଜ ବାଜପେୟୀ ମଧ୍ୟ ନଜର ଆସିବେ । 2018ରେ ରିଲିଜ ହୋଇଥିଲା ‘ସତ୍ୟମେବ ଜୟତେ’ର ସିକ୍ବେଲ ଫିଲ୍ମ ‘ସତ୍ୟମେବ ଜୟତେ 2’ ।

@IANS

ABOUT THE AUTHOR

...view details