ଓଡିଶା

odisha

By

Published : Apr 27, 2021, 9:02 AM IST

ETV Bharat / sitara

ଆମାଜନ ପ୍ରାଇମରେ ମୁମ୍ବାଇ ସାଗାର ପ୍ରିମିୟର

ମଙ୍ଗଳବାରଠୁ ଓଟିଟି ପ୍ଲାଟଫର୍ମରେ ଦର୍ଶକ ଦେଖିବାକୁ ପାଇବେ ‘ମୁମ୍ବାଇ ସାଗା’ । ମୁଖ୍ୟ ଭୂମିକାରେ ଜନଙ୍କ ସହ ଅଛନ୍ତି ଇମ୍ରାନ ହାସମୀ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ସୋମବାର ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓ ଆକ୍ସନ ଡ୍ରାମା ଫିଲ୍ମ ‘ମୁମ୍ବାଇ ସାଗା’ର ଡିଜିଟାଲ ପ୍ରିମିୟର ଘୋଷଣା କରିଥିଲା । ଯାହାର ଷ୍ଟ୍ରିମିଂ ଏହି ପ୍ଲାଟଫର୍ମରେ ହେବ । ଆଉ ଘରେ ବସି ଫିଲ୍ମର ମଜା ଉଠାଇପାରିବେ ସମସ୍ତେ । ପ୍ରାଇମ ମେମ୍ବରମାନେ ମଙ୍ଗଳବାରଠୁ ଭାରତରେ ଏବଂ 240 ଦେଶ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଆମାଜନ ପ୍ରାଇମ ଭିଡିଓରେ ଫିଲ୍ମ ଦେଖିପାରିବେ।

ସଞ୍ଜୟ ଗୁପ୍ତାଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଜନ ଅବ୍ରାହମ ଏବଂ ଇମ୍ରାନ ହାସମୀ ପ୍ରମୁଖ ଭୂମିକା ଥିବା ବେଳେ ମହେଶ ମାଞ୍ଜରେକର, କାଜଲ ଅଗ୍ରୱାଲ, ସୁନୀଲ ସେଟ୍ଟୀ, ପ୍ରତୀକ ବବ୍ବର, ରୋହିତ ରୟ, ଅମୋଲ ଗୁପ୍ତ, ସମୀର ସୋନି, ଗୁଲଶାନ ଗ୍ରୋଭର ଭଳି କଳାକାର ଦମଦାର ଅଭିନୟ କରିଛନ୍ତି ।

ସେହିପରି ‘ମୁମ୍ବାଇ ସାଗା’ର ନିର୍ମାଣ ଭୂଷଣ କୁମାର, କ୍ରିଷ୍ଣା କୁମାର, ଅନୁରାଧା ଗୁପ୍ତା ଓ ସଙ୍ଗୀତା ଅହିର ଟି-ସିରିଜ ଓ ହ୍ବାଇଟ ଫେଦର ଫିଲ୍ମସ୍ ବ୍ୟାନରେ କରିଛନ୍ତି । ପ୍ରକାଶ ଥାଉକି ଏହି ଗ୍ୟାଙ୍ଗଷ୍ଟର ଡ୍ରାମା ଫିଲ୍ମ1980 ଏବଂ 1990 ଦଶକ କାହାଣୀ ଉପରେ ଆଧାରିତ ।

ABOUT THE AUTHOR

...view details