ହାଇଦ୍ରାବାଦ:ଇଡି ଫାସରେ ଅଭିନେତ୍ରୀ ଜ୍ୟାକିଲିନ ଫର୍ଣ୍ଣାଣ୍ଡିଜ ଓ ନୋରା ଫତେହି । ଟଙ୍କା ହେରଫେର ତଥା ମନିଲଣ୍ଡରିଂ ମାମଲାରେ ଇଡି ଅଫିସରେ ହାଜର ହୋଇଛନ୍ତି ଉଭୟ ନୋରା ଓ ଜ୍ୟାକଲିନ । ସୁକେଶ ଚନ୍ଦ୍ର ଶେଖରଙ୍କ ସହ ଲିଙ୍କ୍ ଥିବା ନେଇ ଉଭୟଙ୍କୁ ଜେରା କରୁଛି ED । ଏହି ମାମଲାରେ ସଂପୃକ୍ତି ଥିବା ସମସ୍ତଙ୍କ ଉପରେ ନଜର ରଖିଛି ଇଡି ।
ଏହା ପୂର୍ବରୁ ଏନେଇ ଜ୍ୟାକଲିନଙ୍କୁ ତଦନ୍ତ ପାଇଁ ପଚରାଉଚରା କରିଥିଲା ଇଡି । ସୁକେଶ ଚନ୍ଦ୍ର ଶେଖର ସହିତ ବଲିଉଡ ସେଲିବ୍ରିଟିମାନେ ସକ୍ରିୟ ଭାବେ ଜଡିତ ହୋଇଛି । ମନିଲଣ୍ଡରିଂ ଆକ୍ଟର ଆଇନ ଅନୁଯାୟୀ ଜ୍ୟାକଲିନଙ୍କ ବୟାନ ରେକର୍ଡ କରାଯାଉଛି । ଦିଲ୍ଲୀ ପୋଲିସର ଇକୋନୋମିକ୍ ଅଫେନ୍ସ ୱିଙ୍ଗ (EOW) ଦ୍ବାରା ସୁକେଶ ଏବଂ ଅନ୍ୟମାନଙ୍କ ବିରୋଧରେ ଅପରାଧିକ ଷଡଯନ୍ତ୍ର, ଠକେଇ ଏବଂ ପ୍ରାୟ 200 କୋଟି ଟଙ୍କା ହେରଫେର ଅଭିଯୋଗରେ ମାମଲା ଦାୟର ହୋଇଛି । ଏପଟେ ହରଡଗଣାରେ ପଡିଛନ୍ତି ବଲିଉଡ ଆଇଟନ ଗାର୍ଲ ନୋରା ଫତେହି । ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜେରା କରୁଛି ।