ମୁମ୍ବାଇ: ସାମ୍ନାକୁ ଆସିଲା ବଡ ଖବର । ଏଥର ପୁଣି ଦୁଇ ସେଲିବ୍ରିଟିଙ୍କ କିଡ୍ସଙ୍କୁ ପରଦାରେ ଏକାଠି ଦେଖିବାକୁ ମିଳିବ । ସୁପରଷ୍ଟାର ଅନିଲ କପୁରଙ୍କ ଲାଡଲା ହର୍ଷବର୍ଦ୍ଧନ କପୁର ସହ ରୋମାନ୍ସ କରିବେ ଓ ପୂଜା ବେଦୀଙ୍କ ଲାଡଲୀ ଆଲାୟା ଫର୍ଣ୍ଣିଚରୱାଲା । ଏହି ଦୁଇ ଷ୍ଟାରକିଡ୍ସ ଏକ ରୋମାଣ୍ଟିକ ଡ୍ରାମା ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି ।
ସେହିପରି ଏହି ଅନଟାଇଟେଲ ଫିଲ୍ମର ନିର୍ମାତା ରୂପେ କାମ କରିବେ ହର୍ଷବର୍ଦ୍ଧନଙ୍କ ଭଉଣୀ ତଥା ପ୍ରଯୋଜିକା ରିଆ କପୁର । ଯିଏ ପୂର୍ବରୁ ‘ଆୟସା’, ‘ଖୁବସୁରତ୍’ ଓ ‘ଭିରେ ଦି ୱେଡିଂ’ ଭଳି ଫିଲ୍ମରେ ପ୍ରଯୋଜନା କରିସାରିଛନ୍ତି ।