ନୂଆଦିଲ୍ଲୀ: କୋରୋନା ଭାଇରସ ସହ ଲଢୁଥିବା ଦେଶବାସୀଙ୍କ ସେବା ପାଇଁ ସହଯୋଗର ହାତ ବଢାଉଛନ୍ତି ବହୁ ସେଲିବ୍ରିଟି । ଏବେ ଏହି କ୍ରମରେ ସାମିଲ ହେଲେ ବଲିଉଡ ଅଭିନେତା ହର୍ଷବର୍ଦ୍ଧନ ରାଣେ ।
ଅଭିନେତା ହର୍ଷବର୍ଦ୍ଧନ ଅକ୍ସିଜେନ କନ୍ସଣ୍ଟ୍ରେଟର କିଣିବାକୁ ନିଜ ବାଇକ ବିକି ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି ।
ହର୍ଷ ଲେଖିଛନ୍ତି, ଅକ୍ସିଜେନ କନ୍ସଣ୍ଟ୍ରେଟର ବଦଳରେ ମୁଁ ମୋ ମୋଟରସାଇକେଲ ବିକ୍ରି କରୁଛି । ହାଇଦ୍ରାବାଦରେ ମତେ ଭଲ କନ୍ସଣ୍ଟ୍ରେଟର ଖୋଜିବାରେ ସାହାଯ୍ୟ କରନ୍ତୁ ।