ମୁମ୍ବାଇ: କୋରୋନା ସଙ୍କଟ ସମୟରେ ଅନେକ ସେଲିବ୍ରିଟି ଦେଶବାସୀଙ୍କ ସେବା କରିବା ପାଇଁ ଆଗେଇ ଆସୁଛନ୍ତି। ଏହି କ୍ରମରେ ଏବେ ଆଉ ଏକ ନୂଆ ନାଁ ସାମିଲ ହୋଇଛି । ସେ ଆଉ କେହି ନୁହେଁ ସେ ହେଉଛନ୍ତି ହ୍ୟାଣ୍ଡସମ ଆକ୍ଟର ହର୍ଷବର୍ଦ୍ଧନ ରାଣେ । ଲୋକଙ୍କ ସେବା ପାଇଁ ସେ କରିଛନ୍ତି ମହାନ କାର୍ଯ୍ୟ । ଯାହାକୁ ଦେଖି ସମସ୍ତେ ତାଙ୍କ ପ୍ରଶଂସାରେ ଲାଗିଛନ୍ତି ।
ଲୋକଙ୍କ ସେବା ପାଇଁ ମହଙ୍ଗା ବାଇକ ବିକିଲେ ହର୍ଷବର୍ଦ୍ଧନ - ହ୍ୟାଣ୍ଡସମ ଆକ୍ଟର ହର୍ଷବର୍ଦ୍ଧନ ରାଣେଙ୍କ ବାଇକ ବିକ୍ରି ନ୍ୟୁଜ
ହର୍ଷବର୍ଦ୍ଧନ ରାଣେଙ୍କୁ ନେଇ ସାମ୍ନାକୁ ଆସିଲା ନୂଆ ଖବର । ଦେଶବାସୀଙ୍କ ସେବା ପାଇଁ ସେ କରିଛନ୍ତି ମହାନ କାର୍ଯ୍ୟ । ଅଧିକ ପଢନ୍ତୁ...
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହର୍ଷବର୍ଦ୍ଧନ ରାଣେ
କାରଣ ସେ ନିଜ ମହଙ୍ଗା ବାଇକ ବିକି ଲୋକଙ୍କ ପାଇଁ କିଣିଛନ୍ତି ଅକ୍ସିଜେନ କନଷ୍ଟ୍ରେଟର। ଆଜ୍ଞା ହଁ, ସେ ନିଜର ହଳଦିଆ ରଙ୍ଗର ରୟାଲ ଇନଫିଲ୍ଡ ବାଇକ ବିକି ଦେଇଛନ୍ତି । ଆଉ ଏହାକୁ ବିକିବା ପୂର୍ବରୁ ସେ ସୋସିଆଲ ମିଡିଆରେ କିଛି ଫଟୋ ମଧ୍ୟ ପୋଷ୍ଟ କରିଥିଲେ ।
ସେ ଇନଷ୍ଟାଗ୍ରାମ ଷ୍ଟୋରିରେ ବାଇକର ଫଟୋ ଉପରେ ସୋଲ୍ଡ ଲେଖି ପୋଷ୍ଟ କରିଥିଲେ । ଆଉ ଏହାର କିଛି ସମୟ ପରେ ସେ ସମସ୍ତଙ୍କୁ ଗୁଡନ୍ୟୁଜ ଦେଇ ଜଣାଇଥିଲେ ଯେ ତାଙ୍କ ବାଇକ୍ ବିକ୍ରି ହୋଇଯାଇଛି । ଆଉ ଯାହା ଦ୍ବାରା ସେ 3ଟି ଅକ୍ସିଜେନ କନଷ୍ଟ୍ରେଟର ପାଇପାରିଛନ୍ତି।