ଓଡିଶା

odisha

ETV Bharat / sitara

କୋରୋନା: କବିତାରେ ଦେଶବାସୀଙ୍କୁ ଅପିଲ କଲେ ଫରହାନ - କବିତା ‘ତୋ ଜିନ୍ଦା ହୋ ତୁମ’ ରିକ୍ରିଏଟ

ଫେମସ ଆକ୍ଟର ଫରହାନ ଅଖତର ସବୁବେଳେ ନିଜ କବିତା, ଗୀତ ଓ ଅଭିନୟ ପାଇଁ ଚର୍ଚ୍ଚାରେ ରହିଥାଆନ୍ତି । କୋରୋନା ଭାଇରସ ଆତଙ୍କରେ ମଧ୍ୟ ସେ କବିତା ଲେଖି ଜନସାଧାରଣଙ୍କୁ ସଚେତନା ବାର୍ତ୍ତା ବାଣ୍ଟୁଛନ୍ତି।

farhan akhtar
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫରହାନ ଅଖତର

By

Published : Apr 17, 2020, 2:51 PM IST

ମୁମ୍ବାଇ: କୋରୋନା ଭାଇରସ ମହାମାରୀରୁ ବଞ୍ଚିବା ପାଇଁ ଲକଡାଉନରେ ସେଲିବ୍ରିଟି । ଏହି ସମୟରେ ସବୁ ସେଲିବ୍ରିଟି ନିଜ ପରିବାର ସହ ସମୟ ବିତାଉଛନ୍ତି। ଏହାସହ ସୋସିଆଲ ମିଡିଆରେ ମଧ୍ୟ ଖୁବ୍ ଆକ୍ଟିଭ ନଜର ଆସୁଛନ୍ତି। ଏହା ଜରିଆରେ ସେ ଜନସାଧାରଣଙ୍କୁ ସଚେତନା ବାର୍ତ୍ତା ଦେଉଛନ୍ତି। ଅନେକ ଷ୍ଟାର୍ସଙ୍କ ପରେ ହ୍ୟାଣ୍ଡସମ ଆକ୍ଟର ଫରହାନ ଅଖତର ମଧ୍ୟ ଶାନଦାର ଅନ୍ଦାଜରେ ପୁଣିଥରେ ଜନତାଙ୍କୁ ସୁରକ୍ଷିତ ରହିବାକୁ ଅପିଲ କରିଛନ୍ତି।

ସେ ଏକ କବିତା ଲେଖି ଲୋକଙ୍କୁ ମାସ୍କ ପିନ୍ଧିବାର ଆବଶ୍ୟକ କାହିଁ ଅଛି ତାହା ଜଣାଇଛନ୍ତି। ସେ ନିଜ ଅଭିନୀତ ଫିଲ୍ମ ‘ଜିନ୍ଦେଗୀ ନା ମିଲେଗୀ ଦୋବାରା’ର କବିତା ‘ତୋ ଜିନ୍ଦା ହୋ ତୁମ’କୁ ରିକ୍ରିଏଟ କରି କୋରୋନା ଭାଇରସ ସହ ସମ୍ପୃକ୍ତ କରିଛନ୍ତି।

ଏହାକୁ ସେୟାର କରି ସେ ଲେଖିଛନ୍ତି, ‘ତୋ ଜିନ୍ଦା ହୋ ତୁମ କୋରୋନା ଭର୍ସନ।’ ଆଉ କହିଛନ୍ତି ‘ଯଦି ମାସ୍କ ପିନ୍ଧୁଛ ତେବେ ଜୀବିତ ଅଛ। ହାଉସପାର୍ଟିରେ ବନ୍ଧୁଙ୍କ ସହ ଯଦି କଥା ହେଉଛ, ଜୀବିତ ଅଛ।’ ଆପଣ ବି ଦେଖନ୍ତୁ ଫରହାନଙ୍କ ଏହି ଭିଡିଓ...

ABOUT THE AUTHOR

...view details