ମୁମ୍ବାଇ: ମାରାତ୍ମକ କୋରୋନା ଭାଇରସର ପ୍ରକୋପ ଦେଶରେ ବଢିଚାଲିଛି । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସମସ୍ତେ । ଏହାର ପ୍ରଭାବ ସିଧାସଳଖ ଦେଶବାସୀଙ୍କ ଉପରେ ପଡୁଛି । ହେଲେ ଏମିତି ପରିସ୍ଥିତି ସହ ମୁକାବୁଲା କରିବା ପାଇଁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଆଗକୁ ଆସୁଛନ୍ତି ଏବଂ ଏକ ସାହାଯ୍ୟର ହାତ ବଢାଉଛନ୍ତି । ଇତିମଧ୍ୟରେ ଅଭିନେତା ଫରହାନ ଅଖତର ବିକ୍ରି ହେଉଥିବା ନକଲି ଔଷଧ ଉପରେ ପ୍ରତିକ୍ରିୟା ରଖି ଏମିତି କରୁଥିବା ଲୋକଙ୍କୁ ରାକ୍ଷସ ସହ ତୁଳନା କରିଛନ୍ତି ।
ନକଲି କୋରୋନା ଔଷଧ ବିକ୍ରି କରୁଥିବା ଲୋକ ରାକ୍ଷାସ ସହ ସମାନ:ଫରହାନ ଅଖତର - ଫରହାନ ଅଖତର ଟ୍ବିଟ ଭାଇରାଲ
କୋରୋନା କାଳରେ ଲୋକଙ୍କୁ ନକଲି ଔଷଧ ବିକ୍ରି କରୁଥିବା ବ୍ୟକ୍ତିଙ୍କୁ ରାକ୍ଷସ ସହ ତୁଳନା କରି ଚର୍ଚ୍ଚାରେ ଫରହାନ ଅଖତର । ଅଧିକ ପଢନ୍ତୁ...
କଥାଟି ହେଲା ଯେ ବର୍ତ୍ତମାନ ଦେଶର ଜଣାଶୁଣା କମ୍ପାନୀ କୋରୋନାର ନକଲି ଔଷଧ ବିକ୍ରି କରୁଥିବାର ମାମଲା ସାମ୍ନାକୁ ଆସିବାରେ ଲାଗିଛି । ଏହି ଖବର ଶୁଣିବା ମାତ୍ରେ ଫରହାନ ଏକ ଟ୍ବିଟ କରି ଲେଖିଛନ୍ତି, ‘ନକଲି କୋଭିଡ ଔଷଧ ତିଆରି ଏବଂ ବିକ୍ରୟ କରୁଥିବା ଲୋକଙ୍କ ସମ୍ବାଦ ରିପୋର୍ଟ ଦେଖିବାକୁ ମିଳୁଛି । ଏହି ଅନ୍ଧକାର ଏବଂ ନିରାଶା ସମୟରେ ଲୋକଙ୍କୁ ଠକୁଥିବାରୁ ବ୍ୟକ୍ତି ସ୍ବତନ୍ତ୍ର ପ୍ରକାରର ରାକ୍ଷସ । ଯେଉଁମାନଙ୍କୁ ଲଜ୍ଜା ଲାଗିବା କଥା ।’
ଯଦି ଫରହାନଙ୍କ ଆଗାମୀ ଫିଲ୍ମ ବିଷୟରେ କଥା ହେବା ତାହାଲେ ସେ ଖୁବଶୀଘ୍ର ଆକ୍ସନ ଡ୍ରାମ ଫିଲ୍ମ ‘ତୁଫାନ’ରେ ନଜର ଆସିବେ । ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା । ଜଣେ ବକ୍ସଂ ଭୂମିକାରେ ଦେଖାଯିବେ ଅଭିନେତା ।