ମୁମ୍ବାଇ: ନିକଟରେ ସିନେମାହଲରେ ରିଲିଜ ହୋଇଯାଇଛି ପପୁଲାର ଆକ୍ଟର ଓ ସିଙ୍ଗର ଦିଲଜିତ ଦୋସାଞ୍ଝଙ୍କ କମେଡି ଡ୍ରାମା ଫିଲ୍ମ ‘ସୁରଜ ପେ ମଙ୍ଗଲ ଭାରି’ । ଫିଲ୍ମରେ ତାଙ୍କ ସହ ନଜର ଆସୁଛନ୍ତି ଲୋକପ୍ରିୟ ଅଭିନେତା ମନୋଜ ବାଜପେୟୀ ଓ ଫାତିମା ସନା ସେଖ । ଫିଲ୍ମକୁ ମିଶ୍ରିତ ପ୍ରତିକ୍ରିୟା ମିଳିବାରେ ଲାଗିଛି । ହେଲେ ତାଙ୍କ ଫ୍ୟାନ୍ସଙ୍କୁ ଏହା ଜଣାନାହିଁ ଯେ ଏହି ଫିଲ୍ମ ପାଇଁ ତାଙ୍କୁ ମରାଠୀ ଭାଷା ଶିଖିବାକୁ ପଡିଥିଲା ।
ଫାତିମାଙ୍କୁ ପଟାଇବାକୁ ମରାଠୀ ଶିଖିଥିଲେ ଦିଲଜିତ - ମରାଠୀ ଶିଖିଥିଲେ ଦିଲଜିତ ଦୋସାଞ୍ଝ
ଫିଲ୍ମକୁ ବାସ୍ତବ ରୂପ ଦେବା ପାଇଁ କଳାକାର ଅନେକ କଷ୍ଟ କରିଥାଆନ୍ତି । ଏମିତି କିଛି ନିଜ ଅଭିନୀତ ଫିଲ୍ମ ‘ସୁରଜ ପେ ମଙ୍ଗଲ ଭାରି’ ପାଇଁ କରିଛନ୍ତି ଦିଲଜିତ ।
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦିଲଜିତ ଦୋସାଞ୍ଝ
ସେ କହିଛନ୍ତି, ପ୍ରେମ ପାଇଁ ଜଣେ ମଣିଷ ସବୁ କିଛି କରିବ । ଲେଡି ଲଭ ପାଇଁ ମରାଠୀ ଶିଖିବାକୁ ପଡିଲା । ଫିଲ୍ମର ଚରିତ୍ର ଅନୁଯାୟୀ ମରାଠୀ ଭାଷା ଶିଖିବାକୁ ଭଲ ଲାଗିଥିଲା । ଏହି ଫିଲ୍ମରେ ସେ ଜଣେ ବମ୍ବେ ବାଳକ ଭୂମିକାରେ ନଜର ଆସିଛନ୍ତି ।
ପ୍ରକାଶ ଥାଉକି ଅଭିଷେକ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଗତ 15 ତାରିଖରେ ରିଲିଜ ହୋଇଥିଲା । ଲକଡାଉନ ପରେ ଏହା ଏବର୍ଷର ପ୍ରଥମ ଫିଲ୍ମ ଯାହା ସିନେମାହଲରେ ରିଲିଜ ହୋଇଛି । ଏହାସହ ଓଟିଟି ପ୍ଲାଟଫର୍ମରେ ମଧ୍ୟ ରିଲିଜ କରିଛନ୍ତି ମେକର୍ସ ।