ଓଡିଶା

odisha

ETV Bharat / sitara

ଜୋମ୍ବି ଫିଲ୍ମକୁ ନେଇ ଏମିତି କହିଲେ ଦୀପକ - ସାଉଥ କୋରିଆ ଫିଲ୍ମ ‘ପେନ୍‌ସୁଲା’

ନିଜର ଅପକମିଂ ଫିଲ୍ମ ‘ଆଫାତ୍-ଇ-ଇଶ୍କ’କୁ ନେଇ ଚର୍ଚ୍ଚାରେ ଦୀପକ । ହେଲେ ଏହା ପୂର୍ବରୁ ସେ ସାଉଥ କୋରିଆର ହରର ଡ୍ରାମା ଫିଲ୍ମ ‘ପେନ୍‌ସୁଲା’ ଦେଖି ଜୋମ୍ବି ଫିଲ୍ମ ବିଷୟରେ ଅନେକ କଥା କହିଛନ୍ତି ।

ଫଟୋ ସୌଜନ୍ୟ:ଆଇଏଏନଏସ
ଫଟୋ ସୌଜନ୍ୟ:ଆଇଏଏନଏସ

By

Published : Nov 28, 2020, 10:16 AM IST

ମୁମ୍ବାଇ: ଅଭିନେତା ଦୀପକ ଡୋବ୍ରିଆଲ୍ ଜୋମ୍ବି ଫିଲ୍ମ ଦେଖିବାକୁ ଭଲ ପାଆନ୍ତି । ସେ ଅନୁଭବ କରନ୍ତି ଯେ ଏହି ଧାରାଟି ଫିଲ୍ମ ନିର୍ମାତାଙ୍କୁ ନୂତନ ଚିନ୍ତାଧାରା ଆଣିବାକୁ ସ୍ବାଧୀନତା ଦେଇଥାଏ । ସେ ବହୁ ଚର୍ଚ୍ଚିତ ସାଉଥ କୋରିଆ ଫିଲ୍ମ ‘ପେନ୍‌ସୁଲା’ ଦେଖିବା ପରେ ଏପରି ପ୍ରତିକ୍ରିୟା ରଖିଛନ୍ତି । 2016ରେ ଆସିଥିବା ‘ଟ୍ରେନଂ ଟୁ ବୁସାନ୍’ର ସିକ୍ବେଲ ହେଉଛି ‘ପେନ୍‌ସୁଲା’ । ଯେଉଁଥିରେ ଜୋମ୍ବି କାହାଣୀକୁ ପର୍ଯ୍ୟବେଶିତ କରାଯାଇଛି । ଏହାସହ ଫିଲ୍ମ ଦର୍ଶକଙ୍କୁ ଶିଖାଉଛି ବିପଦ ସମୟରେ କିପରି ନିଜକୁ ବଞ୍ଚାଇ ରଖିପାରିବ ।

ଏହି ଫିଲ୍ମ ଦେଖିବା ପରେ ନିଜ ଅନୁଭୂତି ସେୟାର କରି ଦୀପକ କହିଛନ୍ତି, ‘ମୁଁ ପ୍ରକୃତରେ ଜୋମ୍ବି ଫିଲ୍ମ ଦେଖିବାକୁ ପସନ୍ଦ କରେ । ଏହା ମଧ୍ୟ ଏକ ମଜାଦାର ଜୋନ୍ ଅଟେ କାରଣ ଏପରି ଫିଲ୍ମ ଦର୍ଶକଙ୍କୁ କିଛି ଭିନ୍ନ ଦେଖାଇବାକୁ ନିର୍ଦ୍ଦେଶକଙ୍କୁ ସ୍ବାଧୀନତା ଦେଇଥାଏ । ଜୋମ୍ବି ଫିଲ୍ମ ସହିତ ମୋର ଏକ ଭିନ୍ନ ସ୍ତରର ସଂଯୋଗ ମଧ୍ୟ ଅଛି ।’

ଏହାବ୍ୟତୀତ ସେ ସିନେମା ହଲରେ ଫିଲ୍ମ ଦେଖିବା ବିଷୟରେ ଆଲୋଚନା କରି କହିଛନ୍ତି, ‘ମୁଁ ମୁମ୍ବାଇରେ ଫିଲ୍ମରେ କାମ କରିବାକୁ ଆସିଥିଲି ଏବଂ ଫିଲ୍ମ ଇଣ୍ଡଷ୍ଟ୍ରି ମୋତେ ସ୍ବୀକୃତି ଦେଇଛି, ତେଣୁ ଏହା ମୋ ହୃଦୟରେ ଏକ ବିଶେଷ ସ୍ଥାନ ଅଧିକାର କରିଛି । ଲକଡାଉନ ସମୟରେ, ଆମେ ସମସ୍ତେ ଆମର ଟେଲିଭିଜନରେ ଫିଲ୍ମ କିମ୍ବା ୱେବ ସିରିଜ ଦେଖିଛୁ କିନ୍ତୁ ଯେତେବେଳେ ଆପଣ ଅଜ୍ଞାତ ବ୍ୟକ୍ତିଙ୍କ ସହିତ ଏକ ଥିୟଟରରେ ବସି ହସନ୍ତି କିମ୍ବା ଏକାଠି ଦୁଃଖି ହୁଅନ୍ତି, ସେତେବେଳେ ଏହା ମଜା ଲାଗେ । ମୁଁ ଅନେକ ଦିନ ଧରି ଥିଏଟରରେ ଏକ ଫିଲ୍ମ ଦେଖିବା ପାଇଁ ଅପେକ୍ଷା କରିଥିଲେ ଏବଂ ମୁଁ ଖୁସି ଯେ ଫିଲ୍ମ ଦେଖିବାକୁ ଆସିଥିବା ଲୋକେ ସୁରକ୍ଷା ପାଇଁ ପ୍ରୋଟୋକଲ୍ ଅନୁସରଣ କରିଥିଲେ ।’

ପ୍ରକାଶ ଥାଉକି ଦୀପକ ଖୁବଶୀଘ୍ର ଫିଲ୍ମ ‘ଆଫାତ୍-ଇ-ଇଶ୍କ’ରେ ନଜର ଆସିବେ । ଯାହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ନିର୍ଦ୍ଦେଶକ ଇନ୍ଦ୍ରଜିତ ନାତୋଜି । ଏହି ଫିଲ୍ମଟି 2015 ହଙ୍ଗେରୀ ଡ୍ରାକ କମେଡି ଫିଲ୍ମ ‘ଲିଜା ଦି ଫକ୍ସ-ଫେରି’ ହିନ୍ଦୀ ରିମେକ । ସେହିପରି ଫିଲ୍ମରେ ଦୀପକଙ୍କ ବ୍ୟତୀତ ନମିତା ଦାସ, ଇଲା ଅରୁନ, ଅମିତ ସୈଲ, ବିକ୍ରମ କୋଚ୍ଚର ଏବଂ ନେହା ଶର୍ମା ମଧ୍ୟ ନଜର ଆସିବେ । ଡିସେମ୍ବର ଶେଷ ସପ୍ତାହରେ ଓଟିଟି ପ୍ଲାଟଫର୍ମ ଜି 5ରେ ଫିଲ୍ମ ରିଲିଜ କରିବାକୁ ଯୋଜନା କରିଛନ୍ତି ମେକର୍ସ ।

@IANS

ABOUT THE AUTHOR

...view details