ଓଡିଶା

odisha

ETV Bharat / sitara

ଭଲ ସ୍କ୍ରିପ୍ଟରେ କାମ କରିବା ସବୁବେଳେ ଭଲ:ଦର୍ଶନ - ସସପେନ୍ସ ଥ୍ରୀଲର ଫିଲ୍ମରେ ଦର୍ଶନ କୁମାର

ପ୍ରଥମଥର ଆର ମାଧବନଙ୍କ ପରଦାରେ ନଜର ଆସିବେ ଦର୍ଶନ । ‘ମେରି କମ୍’, ‘ବାଗି 2’, ‘ଏନଏଚ୍ 10’ ଭଳି ଫିଲ୍ମରେ ଦମଦାର ଅଭିନୟ କରିଥିଲେ ସେ । ଅଧିକ ପଢନ୍ତୁ...

3x2
3x2

By

Published : Jan 30, 2021, 1:20 PM IST

ମୁମ୍ବାଇ: ଅଭିନେତା ଦର୍ଶନ କୁମାର, ଆର ମାଧବନ ଏବଂ ଅପାରଶକ୍ତି ଖୁରାନାଙ୍କୁ ନେଇ ନୂଆ ଚର୍ଚ୍ଚା । ଶୁଣିବାକୁ ମିଳୁଛି ଏହି ତିନି ଅଭିନେତାଙ୍କୁ ଏକାଠି ପରଦାରେ ଦେଖିବାକୁ ମିଳିବ । ଆଜ୍ଞା ହଁ, ଏହି ତିନି ଷ୍ଟାର ସସପେନ୍ସ ଥ୍ରୀଲର ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ଯାହାକୁ ନେଇ ବର୍ତ୍ତମାନ ମନ କଥା କହି ଚର୍ଚ୍ଚାରେ ଦର୍ଶନ । ତାଙ୍କ ଅନୁଯାୟୀ ଏକ ଭଲ ସ୍କ୍ରିପ୍ଟରେ ସେ ସବୁବେଳେ କାମ କରିବାକୁ ଚାହାଁନ୍ତି । ଯାହା ନୂଆ ବର୍ଷରେ ତାଙ୍କ ହାତରେ ଲାଗିଛି ।

ସେହିପରି ସେ ଜଣାଇଛନ୍ତି, ‘ଏବର୍ଷ ମୋ ପାଇଁ ଭଲ ସାବ୍ୟସ୍ତ ହୋଇଛି । ଆଜି ମୁଁ ମୋ ନୂଆ ପ୍ରୋଜେକ୍ଟର ସୁଟିଂ ଆରମ୍ଭ କରିଛି । ଯାହାକୁ ନେଇ ମୁଁ ବହୁତ ଉତ୍ସାହିତ । ସବୁବେଳେ ଭଲ ଭଲ ସ୍କ୍ରିପ୍ଟରେ କାମ କରିବାକୁ ଉତ୍ତମ ଅଟେ । ହେଲେ ଅନୁଭୂତିକୁ ଅଧିକ ସମୃଦ୍ଧ କରିଥାଏ ଯେତେବେଳେ ତୁମର ମହାନ ସହ-ତାରକା ଥାଆନ୍ତି । ମାଧବନ ଆମ ଇଣ୍ଡଷ୍ଟ୍ରିର ସର୍ବୋତ୍ତମ ଅଭିନେତାଙ୍କ ମଧ୍ୟରୁ ଅନ୍ୟତମ, ଯିଏ ସର୍ବଦା ଅଭିନୟ ଜରିଆରେ ଦର୍ଶକଙ୍କ ମନ କିଣନ୍ତି। ଏଭଳି ଅଭିନେତାଙ୍କ ସହ ପରଦାରେ କାମ କରିବାକୁ ନେଇ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି ।’

ଖାଲି ଏତିକି ନୁହେଁ ଅପାରଶକ୍ତିଙ୍କ ବିଷୟରେ ଆଲୋଚନା କରି ଦର୍ଶନ କହିଛନ୍ତି, ‘ମୁଁ ଅପରାଶକ୍ତିଙ୍କ ସହ କାମ କରିବାକୁ ନେଇ ମଧ୍ୟ ଉତ୍ସାହିତ। କାରଣ ସେ ଜଣେ ଭଲ ଅଭିନେତା।’

ପ୍ରକାଶ ଥାଉକି ଏହି ଫିଲ୍ମରେ ନଜର ଆସିବେ ଅଭିନେତ୍ରୀ ଖୁଶାଲି କୁମାର । ଯାହାଙ୍କ ପ୍ରଶଂସା କରିଛନ୍ତି ଦର୍ଶନ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details