ଓଡିଶା

odisha

ETV Bharat / sitara

‘ଆଶ୍ରମ’କୁ ନେଇ ହଟହଟା ପ୍ରକାଶ ଝା, ଧାର୍ମିକ ଭାବନାକୁ ଆହତ ଅଭିଯୋଗ - ବବି ଦେଓଲଙ୍କ ୱେବ ସିରିଜ ଆଶ୍ରମ

ଚର୍ଚ୍ଚାରେ ବବିଙ୍କ ଡେବ୍ୟୁ ୱେବ ସିରିଜ । ଯୋଧପୁରରେ ରୁଜୁ ହେଲା ଏକ ଅଭିଯୋଗ । ଟ୍ବିଟରରେ ପ୍ରକାଶଙ୍କୁ ଗିରଫ ଦାବି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିବି ଦେଓଲ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିବି ଦେଓଲ

By

Published : Oct 24, 2020, 3:23 PM IST

ମୁମ୍ବାଇ: ପ୍ରଥମେ ତନିଷ୍କର ବିଜ୍ଞାପନ ପୁଣି ଇରୋଜ ନାଓର ନବରାତ୍ରିକୁ ନେଇ କରାଯାଇଥିବା ଟ୍ବିଟ ଆଉ ଏବେ ନିର୍ମାତା ପ୍ରଭାସ ଝାଙ୍କ ନାମରେ ଅଭିଯୋଗ। ସୋସିଆଲ ମିଡିଆରେ ଧାର୍ମିକ ଭାବନା ବିରୋଧରେ ଏକ ନୂଆ ଯୁଦ୍ଧ ଆରମ୍ଭ ହୋଇଥିବା ଦେଖାଯାଉଛି। ପ୍ରକାଶ କେବଳ ଫିଲ୍ମରେ ନୁହେଁ ରାଜନୀତିରେ ମଧ୍ୟ ସକ୍ରିୟ ରହିଆସୁଛନ୍ତି । ସେ ବିହାରରୁ ଅନେକଥର ନିର୍ବାଚନ ଲଢିସାରିଛନ୍ତି । ହେଲେ ବିହାରର ଆସନ୍ତା ନିର୍ବାଚନ ପୂର୍ବରୁ ରିଲିଜ ହୋଇଥିବା ତାଙ୍କ ଚର୍ଚ୍ଚିତ ୱେବ ସିରିଜ ‘ଆଶ୍ରମ’ ଉପରେ ଧାର୍ମିକ ଭାବନାକୁ କ୍ଷତି ପହଞ୍ଚାଇଥିବା ଅଭିଯୋଗ ଲାଗିଛି। ଯୋଧପୁରର ଏକ ଥାନାରେ ଲିଖିତ ଅଭିଯୋଗ ମଧ୍ୟ ରୁଜୁ କରାଯାଇଛି । ହେଲେ ଏଯାବତ ଏହାକୁ ନେଇ ପ୍ରକାଶ କିମ୍ବା ଏହାକୁ ରିଲିଜ କରିଥିବା ଓଟିଟି ପ୍ଲାଟଫର୍ମରୁ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ସେପଟେ ଟ୍ବିଟରରେ ବର୍ତ୍ତମାନ ପ୍ରକାଶଙ୍କ ଗିରଫ ଦାବି କରାଯାଇଛି ।

ସାମାଜିକ ପ୍ରସଙ୍ଗ ଉପରେ ସବୁବେଳେ ଫିଲ୍ମ ନିର୍ମାଣ କରୁଥିବା ପ୍ରକାଶଙ୍କୁ ଗତ ବର୍ଷ ଦେଶର ବଡ ଓଟିଟି ପ୍ଲାଟଫର୍ମ ଏମଏକ୍ସ ପ୍ଲେୟାରରେ ଜଣେ ଭଣ୍ଡ ବାବାଙ୍କ କାର୍ଯ୍ୟ ଉପରେ ଏକ ୱେବ୍ ସିରିଜ କରିବା ପାଇଁ ଅଫର ମିଳିଥିଲା । ଯେଉଁଥିରେ ମହିଳାଙ୍କ ସହ ବାବାଙ୍କ ସମ୍ପର୍କ ଏବଂ ତାଙ୍କର ଅପରାଧିକ କାର୍ଯ୍ୟକଳାପକୁ ଦର୍ଶାଯାଇଥାଆନ୍ତା ।

ଯାହାକୁ ଦୃଷ୍ଟିରେ ରଖି ପ୍ରକାଶ ‘ଆଶ୍ରମ’ ନିର୍ମାଣ କରିଥିଲେ । ମୁଖ୍ୟ ଭୂମିକାରେ ଲୋକପ୍ରିୟ ଅଭିନେତା ବବି ଦେଓଲ ଏଥିରେ ଅଭିନୟ କରିଛନ୍ତି । ନିକଟ ଅତୀତରେ ଏଭଳି କେତେକ ମାମଲା ଦେଶରେ ବାସ୍ତବ ରୂପ ନେଇଛି ଏବଂ ଏହି ଘଟଣାରେ କେତେକ ବାବାଙ୍କୁ ମଧ୍ୟ ଗିରଫ କରାଯାଇଛି। ହେଲେ ସିରିଜ ଦ୍ବାରା ଲୋକଙ୍କ ଧାର୍ମିକ ଭାବନାକୁ ଆହତ ଲାଗିଛି ବୋଲି ଅଭିଯୋଗରେ କୁହାଯାଇଛି ।

ପ୍ରକାଶ ଥାଉକି ‘ଆଶ୍ରମ’ର ସୁଟିଂ ଉତ୍ତରପ୍ରେଦଶର ଧାର୍ମିକ ନଗରୀ ଅଯୋଧ୍ୟରେ ହୋଇଥିଲା । ଏଥିରେ ଜଣେ ହରିଜନ ଝିଅଙ୍କ ଶୋଷଣ କାହାଣୀକୁ ଦେଖିବାକୁ ମିଳିଛି ।

ABOUT THE AUTHOR

...view details