ମୁମ୍ବାଇ: ନିଜ ଡିଜିଟାଲ ଡେବ୍ୟୁକୁ ନେଇ କିଛି ଦିନ ହେବ ଚର୍ଚ୍ଚାରେ ଫେମସ ଆକ୍ଟର ବବି ଦେଓଲ। ସେ ଖୁବଶୀଘ୍ର ୱେବି ସିରଜ ଆଶ୍ରମ ଓ ଫିଲ୍ମ ‘କ୍ଲାସ ଅଫ 83’ରେ ନଜର ଆସିବେ। ଏମାସରେ ସିରିଜ ଓ ଫିଲ୍ମ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ ହେବାକୁ ଯାଉଛି । ହେଲେ ଏହା ପୂର୍ବରୁ ରିଲିଜ ହୋଇଯାଇଛି ‘କ୍ଲାସ ଅଫ 83’ର ଜବରଦସ୍ତ ଟ୍ରେଲର । ଯେଉଁଥିରେ ପୋଲିସ ଅଫିସର ଭୂମିକାରେ ନଜର ଆସୁଛନ୍ତି ବବି।
ସେହିପରି ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ବ ତୁଲାଇଛନ୍ତି ସୁପରଷ୍ଟାର ଶାହରୁଖ ଖାନ । ତାଙ୍କ ପ୍ରଡକ୍ସନ ହାଉସ ରେଡ ଚିଲିଜରେ ନିର୍ମାଣ ହୋଇଛି ଫିଲ୍ମ । ବର୍ତ୍ତମାନ ଟ୍ରେଲରକୁ ଶାନଦାର ପ୍ରତିକ୍ରିୟା ମିଳିବାରେ ଲାଗିଛି । ଟ୍ରେଲ ଦେଖିସାରିବା ପରେ ପୁରା ଫିଲ୍ମ ଦେଖିବାକୁ ବ୍ୟାକୁଳ ଫ୍ୟାନ୍ସ ।