ଓଡିଶା

odisha

By

Published : Dec 22, 2020, 3:30 PM IST

ETV Bharat / sitara

ଡାକ୍ତର ହେବେ ଆୟୁଷ୍ମାନ ଖୁରାନା

ଆୟୁଷ୍ମାନଙ୍କ ହାତରେ ନୂଆ ଫିଲ୍ମ । ଜଙ୍ଗଲ ପିକ୍ଚର ବ୍ୟାନର ଆଗାମୀ ଫିଲ୍ମ ‘ଡକ୍ଟର ଜି’ ରେ ନଜର ଆସିବେ ଆୟୁଷ୍ମାନ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ବି-ଟାଉନର ବିକ୍କୀ ଡୋନର ଆୟୁଷ୍ମାନ ଖୁରାନା ବର୍ତ୍ତମାନ ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ଚଣ୍ଡିଗଡ କରେ ଆଶିକୀ’ ସୁଟିଂରେ ବ୍ୟସ୍ତ । ଫିଲ୍ମରେ ତାଙ୍କ ସହ ରୋମାନ୍ସ କରିବେ ସେକ୍ସୀ ଅଭିନେତ୍ରୀ ବାଣୀ କପୁର । ଇତିମଧ୍ୟରେ ଆୟୁଷ୍ମାନଙ୍କ ହାତରେ ଲାଗିଛି ଆଉ ଏକ ଫିଲ୍ମ । ଏଥର ସେ ପରଦାରେ ଡାକ୍ତର ଭୂମିକାରେ ନଜର ଆସିବେ । ଶୁଣିବାକୁ ମିଳୁଛି ଯେ ସେ ଖୁବଶୀଘ୍ର ‘ଡକ୍ଟର ଜି’ ଫିଲ୍ମରେ ଦେଖାଯିବେ ।

ଜଙ୍ଗଲ ପିକ୍ଚର ବ୍ୟାନରରେ ନିର୍ମାଣ ହେବାକୁ ଯାଉଥିବା ଏହି ଫିଲ୍ମ ବିଷୟରେ ଆଲୋଚନା କରି ଆୟୁଷ୍ମାନ କହିଛନ୍ତି, ‘ଡକ୍ଟର ଜି ହେଉଛି ଏକ ଏମିତି ସ୍କ୍ରିପ୍ଟ ଯାହାକୁ ପଢି ମୁଁ ତୁରନ୍ତ ଏହାର ପ୍ରେମରେ ପଡିଯାଇଥିଲି । କାରଣ ଏହା ସୁପର ଫ୍ରେସ୍ ଅଟେ । ଏହା ଏକ ଅତ୍ୟନ୍ତ ଅନନ୍ୟ ଏବଂ ଅଭିନବ ଧାରଣା ଯାହା ଆପଣଙ୍କୁ ହସାଇବ ଏବଂ ଆପଣଙ୍କୁ ଚିନ୍ତାରେ ମଧ୍ୟ ପକାଇବ । ମୋର କ୍ୟାରିୟରରେ ପ୍ରଥମ ଥର ପାଇଁ ଡାକ୍ତରଙ୍କ କୋଟ୍ ପିନ୍ଧିବାକୁ ନେଇ ଉତ୍ସାହିତ ଏବଂ ଏହି ପ୍ରକ୍ରିୟାରେ ଏକ ବାର୍ତ୍ତା ଆପଣଙ୍କୁ ଦେବି । ଯାହାକୁ ନେଇ ମୁଁ ଆଶା କରୁଛି ଯେ ଆପଣଙ୍କ ହୃଦୟକୁ ସିଧାସଳଖ ଛୁଇଁବ ।’

ପ୍ରକାଶ ଥାଉକି ‘ଡକ୍ଟର ଜି’ର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇବେ ଅନୁଭୂତି କଶ୍ୟପ । ଫିଲ୍ମ କମେଡି ଡ୍ରାମା କାହାଣୀକୁ ନେଇ ଆଧାରିତ । ଆଉ ଡାକ୍ତର ସାଜି ଦର୍ଶକଙ୍କୁ ଜ୍ଞାନ ବାଣ୍ଟିବେ ଆୟୁଷ୍ମାନ ।

ABOUT THE AUTHOR

...view details