ଓଡିଶା

odisha

ETV Bharat / sitara

ପିଲାଙ୍କୁ ସଠିକ୍ ଜ୍ଞାନ ଦେବାର ଆବଶ୍ୟକ ଅଛି: ଆୟୁଷ୍ମାନ - ୟୁନିସେଫ୍ ସେଲିବ୍ରିଟି ଆଡଭୋକେଟ ରୂପେ ଆୟୁଷ୍ମାନ ଖୁରାନା

ବିଶ୍ବ ମାନବାଧିକାର ଦିବସରେ ଦେଶର ପିଲାଙ୍କ କଥା ଚିନ୍ତା କଲେ ଆୟୁଷ୍ମାନ । ଆମ ସମସ୍ତଙ୍କୁ ନିଜ ନିଜ କାର୍ଯ୍ୟ ସଠିକ ରୂପେ କରିବାକୁ କହିବା ସହ ପିଲାଙ୍କୁ ସବୁ କିଛି ବୁଝାଇବା ଦରକାର ବୋଲି ଜଣାଇଲେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆୟୁଷ୍ମାନ ଖୁରାନା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆୟୁଷ୍ମାନ ଖୁରାନା

By

Published : Dec 10, 2020, 3:01 PM IST

ମୁମ୍ବାଇ: ଟ୍ୟାଲେଣ୍ଟେଡ ଆକ୍ଟର ଆୟୁଷ୍ମାନ ଖୁରାନା ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ ଚଣ୍ଡିଗଡ କରେ ଆଶିକୀ ସୁଟିଂରେ ବ୍ୟସ୍ତ । ତାଙ୍କ ସହ ଏହି ଫିଲ୍ମରେ ପ୍ରଥମଥର ଅଭିନୟ କରିବାକୁ ଯାଉଛନ୍ତି ଅଭିନେତ୍ରୀ ବାଣୀ କପୁର । ଯାହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ନିର୍ଦ୍ଦେଶକ ଅଭିଷେକ କପୁର । ହେଲେ ଏବେ ଆୟୁଷ୍ମାନଙ୍କୁ ଘାରିଛି ଦେଶର କୁନି କୁନି ପିଲାଙ୍କ ଚିନ୍ତା । ନିକଟରେ ତାଙ୍କୁ ୟୁନିସେଫ୍ ସେଲିବ୍ରିଟି ଆଡଭୋକେଟ ରୂପେ ଚୟନ କରାଯାଇଥିଲା । ଆଉ ଗୁରୁବାର ଦିନ ବିଶ୍ବ ମାନବାଧିକାର ଦିବସ ଅବସରରେ ପିଲାମାନଙ୍କ ସୁରକ୍ଷା ତଥା ବଞ୍ଚିବା ପାଇଁ ସୁରକ୍ଷିତ ପରିବେଶ ପାଇବାର ଅଧିକାର ବିଷୟରେ ଆଲୋଚନା କରିଛନ୍ତି ।

ଆଉ କହିଛନ୍ତି, ହିଂସାକୁ ରୋକା ଯିବା କଥା । ପିତାମାତା, ଶିକ୍ଷକ, ସମ୍ପ୍ରଦାୟର ସଦସ୍ୟ ଏବଂ କାର୍ଯ୍ୟ ବହନକାରୀ ଭାବରେ ଆମ ସମସ୍ତଙ୍କର ଏକ ଭୂମିକା ଅଛି । ଆମକୁ ପିଲାମାନଙ୍କ ନିକଟରେ ପହଞ୍ଚିବାର ଆବଶ୍ୟକ ଅଛି । ସେମାନଙ୍କୁ ବୁଝିବାରେ ସାହାଯ୍ୟ କରିବାକୁ ହେବ ଯେ ସେମାନେ ନିଜ ପିତାମାତାଙ୍କ ସହ ହେଉଥିବା ହିଂସା ବିଷୟରେ କହିପାରିବେ କିମ୍ବା ଚାଇଲ୍ଡ ଲାଇନ୍ 1098କୁ କଲ କରିପାରିବେ। ପିଲାଙ୍କୁ କିପରି ସେମାନେ ନିଜକୁ ରକ୍ଷା କରିପାରିବେ ତାହା ବୁଝାଇବାରେ ସାହାଯ୍ୟ କରିବାକୁ ପଡିବ ।

ସେପଟେ ୟୁନିସେଫ୍ ସେଲିବ୍ରିଟି ଆଡଭୋକେଟ ରୂପେ ନିଜ କାମ ବିଷୟରେ ଜଣାଇଛନ୍ତି, ‘ୟୁନିସେଫ୍ ସେଲିବ୍ରିଟି ଆଡଭୋକେଟ ଭାବରେ ମୋର ପ୍ରୟାସ ହେଉଛି ସର୍ବାଧିକ ସଂଖ୍ୟକ ଲୋକଙ୍କ ନିକଟରେ ବାର୍ତ୍ତା ପହଞ୍ଚାଇବା । ଯାହା ଦ୍ବାରା ମୁଁ ସେମାନଙ୍କୁ ସର୍ବୋତ୍ତମ ଉପାୟ ମାଧ୍ୟମରେ ଆବେଦନ କରିବି, ସମସ୍ତ ଶିଶୁଙ୍କ ଉପରେ ହେଉଥିବା ହିଂସାକୁ ଶେଷ କରିବାକୁ ସମର୍ଥନ କରିବି । ମୁଁ ମୋ ସ୍ବର, ମୋର ସୋସିଆଲ ମିଡିଆ ପ୍ଲାଟଫର୍ମ, ମୋର ପ୍ରତିଭା ଏବଂ ମୋର ସେଲିବ୍ରିଟି ମାନ୍ୟତା ବ୍ୟବହାର କରିବାକୁ ପ୍ରତିଶ୍ରୁତିବଦ୍ଧ, ପିଲାମାନଙ୍କ ପ୍ରତି ହେଉଥିବା ହିଂସାକୁ ବନ୍ଦ କରିବାର ଆବଶ୍ୟକତା ଉପରେ ଦେଶର ଧ୍ୟାନ ଦେବା ପାଇଁ ମୁଁ ପ୍ରତିଶ୍ରୁତିବଦ୍ଧ ।’

@IANS

ABOUT THE AUTHOR

...view details