ମୁମ୍ବାଇ: ଆୟୁଷ୍ମାନ ଖୁରାନା ବର୍ତ୍ତମାନ ନିଜର ବହୁ ଚର୍ଚ୍ଚିତ ଫିଲ୍ମ ‘ଗୁଲାବୋ-ସିତାବୋ’କୁ ନେଇ ଚର୍ଚ୍ଚାରେ । ଆସନ୍ତା 12 ତାରିଖରେ ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହେବ ଫିଲ୍ମ । ଦର୍ଶକ ଫିଲ୍ମରେ ତାଙ୍କ ସହ ଅମିତାଭ ବଚ୍ଚନଙ୍କୁ ଦେଖିବାକୁ ନେଇ ବ୍ୟାକୁଳ । ଆଉ ଏବେ ସୋସିଆଲ ମିଡିଆରେ ଆୟୁଷ୍ମାନ ଫିଲ୍ମର ପ୍ରମୋଶନ କରିବାରେ ବ୍ୟସ୍ତ ।
ସେ ଭିଡିଓ କଲରେ ସାକ୍ଷାତକାର କରିବା ସହ ଇନଷ୍ଟାଗ୍ରାମରେ ଲାଇଭ ଚାର୍ଟରେ ଫ୍ୟାନ୍ସଙ୍କ ସହ କଥାବାର୍ତ୍ତା ମଧ୍ୟ ହେଉଛନ୍ତି । ହେଲେ ନିକଟରେ ଆୟୁଷ୍ମାନଙ୍କ ଲାଇଭ ଚାର୍ଟରେ ହ୍ୟାଣ୍ଡସମ ଆକ୍ଟର ରଣବୀର ସିଂ ଆସିଯାଇଥିଲେ । ଆଉ ପତ୍ନୀ ଦୀପିକା ପାଦୁକୋନଙ୍କଠୁ ଗାଳି ମଧ୍ୟ ଶୁଣିଥିଲେ । ତେବେ ଆସନ୍ତୁ ପୁରା ଘଟଣାଟି ଉପରେ ନଜର ପକାଇବା ।