ଓଡିଶା

odisha

By

Published : Oct 30, 2020, 3:04 PM IST

ETV Bharat / sitara

ପତ୍ନୀ ତାହିରାଙ୍କ ନୂଆ ବହିକୁ ନେଇ ଦ୍ବନ୍ଦରେ ଆୟୁଷ୍ମାନ !

ତାହିରାଙ୍କ ନୂଆ ବହିକୁ ନେଇ ଚର୍ଚ୍ଚା । ତାଙ୍କ ସବୁ ବହିରେ ମଜାଦାର ପ୍ରତିକ୍ରିୟା ଦିଅନ୍ତି ଆୟୁଷ୍ମାନ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ବି-ଟାଉନର ବିକ୍କି ଡୋନର ଆୟୁଷ୍ମାନ ଖୁରାନା ନିଜ ଅପକମିଂ ଫିଲ୍ମ ‘ଚଣ୍ଡିଗଡ କରେ ଆଶିକୀ’ ସୁଟିଂରେ ବ୍ୟସ୍ତ। ପ୍ରଥମଥର ଫିଲ୍ମରେ ତାଙ୍କ ସହ ନଜର ଆସିବେ ସେକ୍ସୀ ଅଭିନେତ୍ରୀ ବାଣୀ କପୁର । ନିକଟେରେ ଫିଲ୍ମର ସୁଟିଂ ପାଇଁ ଚଣ୍ଡିଗଡରେ ପହଞ୍ଚିଥିଲେ ପୁରା ଟିମ । ହେଲେ ଇତିମଧ୍ୟରେ ସେ ପତ୍ନୀ ତଥା ରାଇଟର ତାହିର କଶ୍ୟପଙ୍କ ନୂଆ ବହିକୁ ନେଇ ଆଶ୍ଚର୍ଯ୍ୟ, ବିସ୍ମିତ ଏବଂ ଦ୍ବନ୍ଦରେ ଅଛନ୍ତି । ଏକଥା ଆମେ କହୁନାହୁଁ ଏହା ନିଜେ ତାହିରା କହିଛନ୍ତି । ତେବେ ଆସନ୍ତୁ ଜାଣିବା ଏହାର କାରଣ...

କଥାଟି ହେଲା ଯେ ଲେଖିକା, ନିର୍ମାତା ତାହିରା ନିଜର ନୂଆ ବୁକ ‘ଦ 12 କମାଣ୍ଡେନ୍ସ ଅଫ ୱିଙ୍ଗ୍ ଏ ୱିମେନ’ (the 12 commandments of being a woman) ଲଞ୍ଚ କରିଛନ୍ତି ।

ବହି ଲଞ୍ଚିଂ ସମୟରେ ତାହିରଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ଆୟୁଷ୍ମାନ ବହି ଉପରେ କଣ ପ୍ରତିକ୍ରିୟା ରହିଛି । ଏହାର ଉତ୍ତରରେ ତାହିରା କହିଛନ୍ତି, ‘ସତ କହିବାକୁ ଗଲେ ମୁଁ ଯାହା ଲେଖେ ମୁଁ ତାଙ୍କ ସହିତ ସେୟାର କରେ । ତେଣୁ ପ୍ରତିକ୍ରିୟା ମତେ ମନେ ଅଛି । ବେଳେ ବେଳେ ସେ ଆଇବ୍ରୋ ବଡ କରିଦିଅନ୍ତି । ଯାହାଦ୍ବାରା ଜଣା ପଡେ ସେ ବିସ୍ମିତ ହେଉଛନ୍ତି । ମୋ ବହିରେ ତାଙ୍କୁ ଅନେକ କଥା ମଜାଦାର ଲାଗେ । ହେଲେ ଦୁଇଟି ପୃଷ୍ଠା ପଢି ସେ କହିଥିଲେ ତୁମେ କଣ ଏହାକୁ ପ୍ରକୃତରେ ଲେଖିବାକୁ ଚାହୁଁଛ । ଏହି ସବୁ ଜିନିଷ ଆମ ଭିତରେ ଥିଲା । ବହିରେ ଲେଖିବାର ଆବଶ୍ୟକ କଣ । ତଥାପି ସେ ମତେ ସବୁ କାମରେ ପ୍ରେରଣା ଦିଅନ୍ତି । ଆମେ ଦୁଇ ପରସ୍ପର କାମକୁ ସମ୍ମାନ କରୁ । ପରସ୍ପରର ପରାର୍ମଶ ମଧ୍ୟ ନେଉ । ତାଙ୍କୁ ମୋ ଲେଖା ବହୁତ ଭଲ ଲାଗେ । ହେଲେ କେବେ କେବେ ସେ ଦ୍ବନ୍ଦରେ ମଧ୍ୟ ଆସନ୍ତି ଲେଖାକୁ ନେଇ ।’

ପ୍ରକାଶ ଥାଉକି ତାହିରା ଲେଖିକା ଭାବେ 2011ରେ ଡେବ୍ୟୁ କରିଥିଲେ । ‘ଆଇ ପ୍ରମିଇଜ୍’ ତାଙ୍କ ପ୍ରଥମ ବହି ଥିଲା । ଖାଲି ଏତିକି ନୁହେଁ ସେ ଆୟୁଷ୍ମାନଙ୍କ ବଲିଉଡ ଯାତ୍ରା ଉପରେ ‘କ୍ରାମିଂ ଦ କୋଡ: ମାଇଁ ଜର୍ଣ୍ଣି ଇନ ବଲିଉଡ’ ବହି ମଧ୍ୟ ଲେଖିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details