ମୁମ୍ବାଇ: ଟ୍ୟାଲେଣ୍ଟେଡ ଆକ୍ଟର ଆୟୁଷ୍ମାନ ଖୁରାନା ଓ ତାଙ୍କ ପତ୍ନୀ ତାହିରା କଶ୍ୟପ ଦୀର୍ଘ ସମୟରୁ ଦିଲ୍ଲୀର ଏକ ଅଣ-ଲାଭ ସଙ୍ଗଠନ ଗୁଲମେହର ସହ ଜଡିତ ଅଛନ୍ତି। ଗୁଲମେହର ଏପରି ମହିଳାଙ୍କୁ ସାହାଯ୍ୟ କରୁଛି, ଯେଉଁମାନେ ରାସ୍ତା ଏବଂ ବସ୍ତିରୁ ଅଳିଆ ଆବର୍ଜନା ସଫା କରନ୍ତି। ଏଥର ଏହି ସଙ୍ଗଠନର ମହିଳାଙ୍କୁ କୋରୋନା ଭାଇରସ ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି । ହେଲେ ଏମାନଙ୍କ ସାହାଯ୍ୟ ପାଇଁ ଆୟୁଷ୍ମାନ ଓ ତାହିରା ସାମ୍ନାକୁ ଆସିଛନ୍ତି ।
ପତ୍ନୀଙ୍କ ସହ ମିଶି ଏହି ମହାନ କାର୍ଯ୍ୟ କରିବେ ଆୟୁଷ୍ମାନ - ସଫେଇ ମହିଳା କର୍ମୀଙ୍କୁ ସହଯୋଗର ହାତ ବଢାଇଲେ ଆଯୁଷ୍ମାନ ଖୁରାନା
ପୁଣି ଚର୍ଚ୍ଚାରେ ଆୟୁଷ୍ମାନ। ଏଥର ସେ ସଫେଇ ମହିଳା କର୍ମୀଙ୍କୁ ସହଯୋଗର ହାତ ବଢାଇଛନ୍ତି। ତାଙ୍କ ସହ ଏହି କାର୍ଯ୍ୟରେ ସାମିଲ ଅଛନ୍ତି ତାଙ୍କ ପତ୍ନୀ ତାହିରା ।
![ପତ୍ନୀଙ୍କ ସହ ମିଶି ଏହି ମହାନ କାର୍ଯ୍ୟ କରିବେ ଆୟୁଷ୍ମାନ ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆୟୁଷ୍ମାନ ଖୁରାନା](https://etvbharatimages.akamaized.net/etvbharat/prod-images/768-512-8125797-678-8125797-1595408365411.jpg)
ଗୁଲମେହର ସହ ସମ୍ପୃକ୍ତ ଥିବା 200ରୁ ଅଧିକ ମହିଳା ଏଥର ରାକ୍ଷୀ ପୂର୍ଣ୍ଣିମାରେ ନିଜ ହାତ ତିଆରି ରାକ୍ଷୀ ଘରେ ଘରେ ପହଞ୍ଚାଇବାର ଯୋଜନା କରିଛନ୍ତି । ଏଥରୁ ଯାହା ଆୟ ହେବ, ତାହା ସେମାନଙ୍କ ଭରଣ-ପୋଷଣରେ ଖର୍ଚ୍ଚ କରାଯିବ ।
ପ୍ରକାଶ ଥାଉକି ଆୟୁଷ୍ମାନ ପୁଣିଥରେ ଏହି ମହାନ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯାହା ଉପରେ ସେ କହିଛନ୍ତି, ‘ତାହିରା ଆଉ ମୋର ଗୁଲମେହର ସହ ନିବିଡ ସମ୍ପର୍କ। ଏହି ସଙ୍ଗଠନ ଦିଲ୍ଲୀର ଆବଶ୍ୟକ ଜନସଂଖ୍ୟା ପାଇଁ ଅସାଧାରଣ କାର୍ଯ୍ୟ କରୁଛି । ମହାମାରୀ ପାଇଁ ଏଥିରେ ସାମିଲ ଥିବା ଅନେକ ମହିଳା ବିପଦରେ ଅଛନ୍ତି, ଏହାସହ ସେମାନେ ଆର୍ଥିକ ସମସ୍ୟା ଦେଇ ମଧ୍ୟ ଗତି କରୁଛନ୍ତି । ତାଙ୍କ ଆୟ ଉପରେ ମଧ୍ୟ ପ୍ରଭାବ ପଡିଛି । ରାକ୍ଷୀ ଭାଇ-ଭଉଣୀଙ୍କ ପ୍ରେମ ଏବଂ ପବିତ୍ର ବନ୍ଧନର ପ୍ରତୀକ । ଦେଶର ନାଗରିକଙ୍କ ଦ୍ବାରା ଏହି ମହିଳାଙ୍କ ତିଆରି ରାକ୍ଷୀ କିଣି ମହାନ କାର୍ଯ୍ୟ କରିବା ଆତ୍ମ-ନିର୍ଭରତାକୁ ପାଳନ କରିବା ଭଳି। ’