ମୁମ୍ବାଇ: ବଲିଉଡର ହ୍ୟାଣ୍ଡସମ ଆକ୍ଟର ଅର୍ଜୁନ କପୁର ଫିଲ୍ମ ଅପେକ୍ଷା ନିଜ କଥିତ ଗାର୍ଲଫ୍ରେଣ୍ଡ ମଲାଇକା ଆରୋରାଙ୍କ ପାଇଁ ଚର୍ଚ୍ଚାରେ ରୁହନ୍ତି । ଦୀର୍ଘ ସମୟରୁ ଏହି ଯୋଡି ପରସ୍ପରକୁ ଡେଟ କରିଆସୁଛି । ସବୁବେଳେ ଦୁଇଜଣଙ୍କ ବିଷୟରେ ଶୁଣିବାକୁ ମିଳେ । ହେଲେ ଏଥର ଅର୍ଜୁନ ନିଜର ଏକ ପୋଷ୍ଟକୁ ନେଇ ଟ୍ରୋଲର୍ସଙ୍କ ଟାର୍ଗେଟରେ ଆସିଛନ୍ତି କିନ୍ତୁ ସେ ମଧ୍ୟ କଡା ଜବାବ ଦେଇ ସମସ୍ତଙ୍କ ମୁହଁ ବନ୍ଦ କରିଦେଇଛନ୍ତି ।
ତେବେ କଥାଟି ହେଲା ଯେ ଅର୍ଜୁନ ନିକଟରେ ଏକ ପୋଷ୍ଟ ସେୟାର କରି ଲେଖିଥିଲେ, ‘ଏହି ଶିଶୁ ଏକ ଗୁରୁତର ରୋଗରେ ପୀଡିତ ଏବଂ ଏହାର ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକତା ରହିଛି, ଦୟାକରି ଏହାକୁ ସାହାଯ୍ୟ କରନ୍ତୁ ଏବଂ ଦାନ ଲିଙ୍କରେ କ୍ଲିକ୍ କରନ୍ତୁ।’
ସେପଟେ ଅର୍ଜୁନଙ୍କ ଏହି ପୋଷ୍ଟ ଦେଖି ବିଭିନ୍ନ ପ୍ରତିକ୍ରିୟା ଦେଉଥିବାର ଦେଖାଯାଉଥିଲେ ଅନେକ ୟୁଜର୍ସ । ହେଲେ କିଛି ୟୁଜର୍ସଙ୍କୁ ଅଭିନେତାଙ୍କ ଏହି ପୋଷ୍ଟ ଆଦୌ ପସନ୍ଦ ଆସିନାହିଁ । ଯାହାପରେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ । ଜଣେ ୟୁଜରକୁ ଲେଖିଥିଲେ, ‘ଅନ୍ୟଠାରୁ ସାହାଯ୍ୟ ମାଗିବାର ଆବଶ୍ୟକତା କଣ, ତୁମର ଗୋଟିଏ ଦିନର ରୋଜଗାରକୁ ଏହି ପିଲା ଉପରେ ଖର୍ଚ୍ଚ କର, ଏହାର ଜୀବନ ବଞ୍ଚିବ ।’
ୟୁଜରଙ୍କ ଏହି କଥା ଅର୍ଜୁନଙ୍କ ଭଲ ନଲାଗିବାକୁ ସେ ସଙ୍ଗେ ସଙ୍ଗେ ଜବାବରେ କହିଥିଲେ, ‘ଆପଣ ଠିକ କହିଛନ୍ତି, ଯଦି ମୋର ଗୋଟିଏ ଦିନର ଆୟ 16 କୋଟି ଟଙ୍କା ହୋଇଥାଆନ୍ତା ତେବେ ମତେ ଏହି ପୋଷ୍ଟ କରିବାର ଆବଶ୍ୟକ ନଥିଲା । ହେଲେ ତୁମର ସୂଚନା ପାଇଁ, ମୁଁ ଜଣାଇ ଦେଉଛି ଯେ ଏହି ପିଲାକୁ ସାହାଯ୍ୟ କରିଛି ଏବଂ ତାଙ୍କୁ ଏକ ଭଲ ଡାକ୍ତରଖାନାରେ ଭର୍ତ୍ତି କରାଇଛି ।’