ଓଡିଶା

odisha

ETV Bharat / sitara

କୋରୋନାକୁ ମାତ୍ ଦେଇ ଘରକୁ ଫେରିଲେ ଅନୁପମଙ୍କ ମା' - ଅଭିନେତା ଅନୁପମ ଖେରଙ୍କ ଟ୍ବିଟ ପୋଷ୍ଟ ଭାଇାଲ

ସୁସ୍ଥ ହେଲେ ଅନୁପମଙ୍କ ମା'। ଘରକୁ ଫେରିବା ସୂଚନା ସୋସିଆଲ ମିଡିଆରେ ସମସ୍ତଙ୍କୁ ଦେଲେ ଅନୁପମ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନୁପମ ଖେର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନୁପମ ଖେର

By

Published : Jul 25, 2020, 6:48 PM IST

ମୁମ୍ବାଇ: ଫେମସ ଅଭିନେତା ଅନୁପମ ଖେରଙ୍କ ପରିବାର କିଛି ସଦସ୍ୟ ନିକଟରେ କୋରୋନା ସଂକ୍ରମିତ ହୋଇଥିଲେ । ତାଙ୍କ ମା' ଦୁଲାରି ଦେବୀ, ଭାଇ ତଥା ଅଭିନେତା ରାଜୁ, ଭାଉଜ ଓ ଝିଆରୀ କୋରୋନା ପଜିଟିଭି ବାହାରିଥିଲେ । ସେହିପରି ତାଙ୍କ ମା' କୋକିଲାବେନ ହସ୍ପିଟାଲରେ ଚିକିତ୍ସିତ ହୋଇଥିବାବେଳେ ଅନ୍ୟ ସଦସ୍ୟ ହୋମ କ୍ବାରେଣ୍ଟିନରେ ଅଛନ୍ତି । ଇତିମଧ୍ୟରେ ଫ୍ୟାନ୍ସଙ୍କ ପାଇଁ ସାମ୍ନା ଆସିଛି ଗୁଡନ୍ୟୁଜ। କାରଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ତାଙ୍କ ମା'। ଯାହାର ସୂଚନା ଅନୁପମ ସୋସିଆଲ ମିଡିଆରେ ସମସ୍ତଙ୍କୁ ଦେଇଛନ୍ତି ।

ସେ ଟ୍ବିଟରରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଲେଖିଛନ୍ତି, ‘ଏହି ଭିଡିଓ ସେହି ଦିନର ଯେବେ ମା'ଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ମୋତେ ଯେବେ କହିଲେ ପାଗଳ ମୁଁ ବୁଝିଗଲି ସେ ଠିକ୍ ହେଉଛନ୍ତି। ହେଲେ ମା'ଙ୍କୁ ସମ୍ପୂର୍ଣ୍ଣ ରୂପେ ଠିକ୍ ହେବାକୁ ଆଉ କିଛି ଦିନ ଲାଗିବ। ଆପଣଙ୍କ ପ୍ରେମ ଆଉ ପ୍ରାର୍ଥନା ପାଇଁ ଅନେକ ଅନେକ ଧନ୍ୟବାଦ।’

ପ୍ରକାଶ ଥାଉକି ବିଗ ବି ଅମିତାଭ ବଚ୍ଚନ କୋଭିଡ-19 ସଂକ୍ରମିତ ହୋଇଥିଲା । ବର୍ତ୍ତମାନ ତାଙ୍କ ଚିକିତ୍ସା ନାନାବତୀ ହସ୍ପିଟାଲରେ ଚାଲିଛି । ସେହିପରି ଅଭିଷେକ ବଚ୍ଚନ, ଐଶ୍ଚର୍ଯ୍ୟା ରାୟ ବଚ୍ଚନ ଓ ଆରାଧ୍ୟା ମଧ୍ୟ କୋରୋନା ସଂକ୍ରମିତ ବାହାରିଥିଲେ। ବର୍ତ୍ତମାନ ସମସ୍ତଙ୍କ ଚିକିତ୍ସା ଚାଲିଛି।

ABOUT THE AUTHOR

...view details