ଓଡିଶା

odisha

ETV Bharat / sitara

ମା'ଙ୍କଠୁ ଦୂରେଇ ରହିଲେ ଅନୁପମ, ଭାଇରାଲ ଭିଡିଓ

କୋରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ବଡ ନିଷ୍ପତ୍ତି ନେଇଛନ୍ତି ଅଭିନେତା ଅନୁପମ ଖେର। ଟ୍ବିଟରରେ ଦେଲେ ଏହାର ସୂଚନା...

_actor anupam kher
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନୁପମ ଖେର

By

Published : Mar 21, 2020, 7:23 PM IST

ମୁମ୍ବାଇ: କୋରୋନା ଭାଇରସ ଭୟରେ ସମସ୍ତେ ସୁରକ୍ଷିତ ରହିବାକୁ ଚେଷ୍ଟା ଚଳାଇଛନ୍ତି। ସେଲିବ୍ରିଟି ମଧ୍ୟ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ସୁରକ୍ଷିତ କରିବାକୁ ଅପିଲ କରିଛନ୍ତି। ସେହିପରି ଶୁକ୍ରବାର ରାତିରେ ବିଶିଷ୍ଟ ଅଭିନେତା ଅନୁପମ ଖେର ଆମେରିକାରୁ ଭାରତ ଫେରିଛନ୍ତି। ଭାରତରେ ପହଞ୍ଚି ସେ ନିଜକୁ ଆଇସୋଲେସନରେ ରଖିଛନ୍ତି।

ଭିଡିଓ ସୌଜନ୍ୟ: ଟ୍ବିଟର@ଅନୁପମ ଖେର

ଏହାସହ ସେ ନିଜ ମା'ଙ୍କୁ ମଧ୍ୟ ସାକ୍ଷାତ କରିନାହାଁନ୍ତି । ଯାହାକୁ ନେଇ ରାଗିଯାଇଛନ୍ତି ତାଙ୍କ ମା'। କଥାଟି ହେଲା ଯେ ଅନୁପମ ଟ୍ବିଟରରେ ଶୁକ୍ରବାର ଏକ ଭିଡିଓ ସେୟାର କରିଥିଲେ। ଯେଉଁଥିରେ ସେ ଭିଡିଓ କଲିଂରେ ନିଜ ଭାଇ ଓ ମା'ଙ୍କ ସହ କଥା ହେଉଥିବାର ନଜର ଆସୁଛନ୍ତି।

ଭିଡିଓଟିକୁ ଟ୍ବିଟ କରି ସେ କ୍ୟାପସନରେ ଲେଖିଛନ୍ତି, ‘ସୁରକ୍ଷା ପାଳନ କରି ମୁଁ ନିଷ୍ପତ୍ତି ନେଇଛି ଯେ ମା'ଙ୍କ ପାଖକୁ ଯିବି ନାହିଁ । ମୁଁ ତାଙ୍କୁ ଯେତେବେଳେ ଭିଡିଓ କଲ କଲି ସେ ପ୍ରଥମେ ରାଗିଥିଲେ। ହେଲେ ପରେ ସେ ବୁଝିଗଲେ ତାଙ୍କଠୁ ଦୂରେଇ ରହିବାର କାରଣ। ମା-ପୁଅଙ୍କ ଦୂରତାରେ ଆମ ଦୁଇଜଣଙ୍କୁ ବହୁତ ଖରାପ ଲାଗୁଛି। ହେଲେ ଏବେକା ପରିସ୍ଥିତିରେ ଦୂରେଇ ରହିବାର ଆବଶ୍ୟକ ଅଛି ।

ABOUT THE AUTHOR

...view details