ମୁମ୍ବାଇ: କଙ୍ଗନା ରଣାୱତ ଏମିତି ଅଭିନେତ୍ରୀଙ୍କ ମଧ୍ୟରେ ସାମିଲ ଯିଏ ସବୁବେଳେ ବିବାଦରେ ରହିବାକୁ ବେଶ୍ ଭଲ ପାଆନ୍ତି । ସୋସିଆଲ ମିଡିଆରେ ଦେଶର ସବୁ ପ୍ରସଙ୍ଗରେ ସେ ନିଜ ମତାମତା ଦେଉଥିବାର ମଧ୍ୟ ନଜର ଆସନ୍ତି । ଆଉ ଅନେକ ରାଜନେତାଙ୍କ ଠୁ ନେଇ ସେଲିବ୍ରିଟିଙ୍କୁ ମଧ୍ୟ ପ୍ରାୟତଃ ଟାର୍ଗେଟ କରନ୍ତି । ସମସ୍ତଙ୍କ ମୁହଁ ବନ୍ଦ କରିବାକୁ ତାଙ୍କୁ ଭଲ ଲାଗେ, ହେଲେ ଏଥର ତାଙ୍କ ମୁହଁ ବନ୍ଦ କରିଦେଇଛନ୍ତି ଅଭିନେତା ତଥା ପ୍ରଯୋଜକ କମାଲ ରଶିଦ ଖାନ(କେଆରକେ) ।
କଙ୍ଗନାଙ୍କୁ ମାନସିକ ରୋଗୀ କହିଲେ KRK - କଙ୍ଗନାଙ୍କୁ ଟାର୍ଗେଟ କଲେ କମାଲ
ଭାଇରାଲ ହେଲା କେଆରକେଙ୍କ ନୂଆ ଟ୍ବିଟ । ଏଥର ବି-ଟାଉନର କୁଇନ କଙ୍ଗନାଙ୍କୁ କଡା କଥା ଶୁଣାଇଛନ୍ତି ସେ । ଅଧିକ ପଢନ୍ତୁ...
![କଙ୍ଗନାଙ୍କୁ ମାନସିକ ରୋଗୀ କହିଲେ KRK ଡିଜାଇନ ଫଟୋ](https://etvbharatimages.akamaized.net/etvbharat/prod-images/768-512-11054683-thumbnail-3x2-kamaljpeg.jpg)
କଙ୍ଗନାଙ୍କୁ ଟାର୍ଗେଟ କରି କେଆରକେ ଏକ ଟ୍ବିଟ, ‘ମୁଁ ଭାବୁଛି କଙ୍ଗନା ମାନସିକ ସ୍ତରରେ ଅସୁସ୍ଥ ହୋଇପଡିଛନ୍ତି। ତେଣୁ ସେ କେବଳ ସବୁବେଳେ ହିନ୍ଦୁ ମୁସଲମାନ ଯୁଦ୍ଧ ବିଷୟରେ କଥାବାର୍ତ୍ତା କରୁଛନ୍ତି । ଯାହା ଦେଶର ଶାନ୍ତି ଏବଂ ସୌହାର୍ଦ୍ଦ୍ୟକୁ ନଷ୍ଟ କରିବାକୁ ଚେଷ୍ଟା କରୁଛି। ଅର୍ଥାତ୍ ସେ ଦେଶର ଶତ୍ରୁ । ଆମେ ସମସ୍ତେ ହିନ୍ଦୁ, ମୁସଲମାନ, ଶିଖ, ଖ୍ରୀଷ୍ଟିଆନ ଭେଦଭାବକୁ ବହିଷ୍କାର କରିବା ଉଚିତ୍। ଆମେ ତାଙ୍କୁ ନିଜକୁ ବ୍ୟବହାର କରିବାକୁ ଅନୁମତି ଦେବା ଉଚିତ୍ ନୁହେଁ।’
ପ୍ରକାଶ ଥାଉକି କଙ୍ଗନାଙ୍କ ପୂର୍ବରୁ ଅନେକ ବଲିଉଡ ସେଲିବ୍ରିଟିଙ୍କୁ ଟାର୍ଗେଟ କରିସାରିଛନ୍ତି କେଆରକେ । ସେ ଦିବଙ୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ସୋସିଆଲ ମିଡିଆରେ ତାଙ୍କ ପାଇଁ ନ୍ୟାୟ ଦାବି କରିଥିଲେ ।