ମୁମ୍ବାଇ: ନିକଟରେ ରିଲିଜ ହୋଇଥିଲା ଜନ ଅବ୍ରାହମଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ମୁମ୍ବାଇ ସାଗା’ । ଯାହା ଉପରେ ଦର୍ଶକ ଓ କ୍ରିଟିକ୍ସଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଥିଲା । ଇତିମଧ୍ୟରେ ଜନଙ୍କୁ ନେଇ ନୂଆ ଖବର ଶୁଣିବାକୁ ମିଳୁଛି । ଚର୍ଚ୍ଚା ଜୋର ଧରିଛି ଯେ ସେ ଖୁବଶୀଘ୍ର ନିଜର ଆଗାମୀ ପ୍ରଯୋଜିତ ଫିଲ୍ମ ‘ତାରା ଭସେସ ବିଲାଲ୍’ ନେଇ ଫେରିବେ । ଯେଉଁଥିରେ ନଜର ଆସିବେ ହ୍ୟାଣ୍ଡସମ ଆକ୍ଟର ହର୍ଷବର୍ଦ୍ଧନ ରାଣେ ଓ ଅଙ୍ଗିରା ଧର ।
ସେହିପରି ‘ତାରା ଭସେସେ ବିଲାଲ୍’ର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇପାରନ୍ତି ନିର୍ଦ୍ଦେଶକ ସମର ସୈଖ । ଫିଲ୍ମ ବିଷୟରେ ଆଲୋଚନା କରି ଜନ କହିଛନ୍ତି, ‘ଆମେ ଏହି ଫିଲ୍ମର ଟାଇଟେଲ ତାରା ଭସେସ ବିଲାଲ୍ ରଖିଛୁ । ଯାହାର ପ୍ରଯୋଜନା ଆମେ କରିବୁ । ଏହା ବାସ୍ତବ ଜୀବନର ଏକ ସୁନ୍ଦର କାହାଣୀକୁ ନେଇ ଆଧାରିତ ଫିଲ୍ମ। ଏଥିରେ ହର୍ଷବର୍ଦ୍ଧନ ରାଣେ ଏବଂ ଅଙ୍ଗିରା ଧର ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମର ସୁଟିଂ ଏହି ମାସ କିମ୍ବା ମେ ମାସରେ ଆରମ୍ଭ କରିବୁ ବୋଲି ଯୋଜନା କରିଛୁ ।’