ଓଡିଶା

odisha

By

Published : Dec 22, 2020, 10:59 AM IST

ETV Bharat / sitara

1 ଘଣ୍ଟା ପାଇଁ ମିଲିନ୍ଦଙ୍କୁ ମିଳିଥିଲା 50 ହଜାର

ବଲିଉଡରେ ପଦାର୍ପଣ କରିବା ପୂର୍ବରୁ ମଡେଲିଂ ଦୁନିଆରେ ଚହଳ ସୃଷ୍ଟି କରିଥିଲେ ଅଭିନେତା ମିଲିନ୍ଦ । ବର୍ତ୍ତମାନ ସେ ମଲଡିଂରେ କାମ କରିବା ଅନୁଭୂତି ସେୟାର କରିଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମିଲିନ୍ଦ ସୋମନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମିଲିନ୍ଦ ସୋମନ

ମୁମ୍ବାଇ: ଆକ୍ଟର ଓ ମଡେଲ ମିଲିନ୍ଦ ସୋମନ ସବୁବେଳେ ନିଜ ଫିଟନେସ ପାଇଁ ଚର୍ଚ୍ଚାରେ ରୁହନ୍ତି । ସେ ପ୍ରଥମେ ମିଡଲିଂରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଇତିମଧ୍ୟରେ ସେ ନିଜ ମଡେଲିଂ ଦିନକୁ ମନେ ପକାଇ ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି ସ୍ପେଶାଲ କଥା । ସେ ସୋସିଆଲ ମିଡିଆରେ ନିଜ ମଡଲିଂ ସମୟର ଦୁଇଟି ଥ୍ରୋବ୍ୟାକ ଫଟୋ ପୋଷ୍ଟ କରିଛନ୍ତି । ଯାହାକୁ ସେ 31 ବର୍ଷ ପୂର୍ବେ ସୁଟ କରିଥିଲେ । ଏହାସହ ସେ ମଡଲିଂକୁ ନେଇ ନିଜ ଅନୁଭୂତି ବିଷୟରେ ଆଲୋଚନା କରିଛନ୍ତି ।

ଇନଷ୍ଟାଗ୍ରାମରେ ସେୟାର କରିଥିବା ଫଟୋରେ ସେ ଲେଖିଛନ୍ତି, ‘ମୋର ପ୍ରଥମ ବିଜ୍ଞାପନ କ୍ୟାମ୍ପେନିଂ 1989ରେ । ଏହି କ୍ୟାମ୍ପେନିଂ ପୂର୍ବରୁ ମୁଁ ଜାଣିନଥିଲି ଯେ ମଡଲିଂ ଏକ ପ୍ରଫେକ୍ସନ ବୋଲି । ମତେ କୌଣସି ସ୍ଥାନରେ ଦେଖି ଜଣେ ବ୍ୟକ୍ତି ଫୋନ କରିଥିଲେ । ଆଉ ମତେ କିଛି ଫଟୋ ସୁଟ କରିବାକୁ ଅଫର ଦେଇଥିଲେ । ସେହି ସମୟରେ ମୁଁ ବହୁତ ଲାଜକୁଳା ପୁଅ ଥିଲି । ଆଉ ଏହି ସୁଟ ପାଇଁ ମୋର ଇଚ୍ଛା ମଧ୍ୟ ନଥିଲା । ହେଲେ ଯେତେବେଳେ ସେ ମତେ ଏକ ଘଣ୍ଟା ପାଇଁ 50 ହଜାର ଟଙ୍କା ଅଫର କରିଥିଲେ ମୁଁ ସଙ୍ଗେ ସଙ୍ଗେ ହଁ ମାରିଦେଲି । ଧନ୍ୟବାଦ ରସନା ବହଲ ।’

ପ୍ରକାଶ ଥାଉକି ନିଜ ଜନ୍ମଦିନରେ ନ୍ୟୁଡ ଫଟୋସୁଟ କରି କିଛି ଦିନରୁ ଚର୍ଚ୍ଚାରେ ଥିଲେ ଅଭିନେତା । ଏହି ଫଟୋକୁ ଆଧାର କରି ତାଙ୍କ ନାଁରେ ଗୋଆ ପୋଲିସରେ ଏକ ଅଭିଯୋଗ ମଧ୍ୟ ଦାଖଲ ହୋଇସାରିଛି । ଯାହା ଉପରେ ସେ ପ୍ରତିକ୍ରିୟା ରଖିସାରିଛନ୍ତି ।

ABOUT THE AUTHOR

...view details