ଓଡିଶା

odisha

By

Published : Apr 6, 2021, 3:07 PM IST

ETV Bharat / sitara

କୋରୋନାକୁ ମାତ୍ ଦେଇ ପତ୍ନୀଙ୍କ ସହ ରୋମାଣ୍ଟିକ ହେଲେ ମିଲିନ୍ଦ

ଭାଇରାଲ ହେଲା ମିଲିନ୍ଦଙ୍କ ନୂଆ ଇନଷ୍ଟାଗ୍ରାମ ପୋଷ୍ଟ । 14 ଦିନ କ୍ବାରେଣ୍ଟାଇନରେ ରହିବା ପରେ ଏବେ ପତ୍ନୀଙ୍କ ସହ ସମୟ ବିତାଉଛନ୍ତି ସେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମିଲିନ୍ଦ ସୋମନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମିଲିନ୍ଦ ସୋମନ

ମୁମ୍ବାଇ: ନିକଟରେ କୋରୋନା ସଂକ୍ରମିତ ହୋଇଥିଲେ ଫେମସ ଅଭିନେତା ତଥା ମଡେଲ ମିଲିନ୍ଦ ସୋମନ । ହେଲେ ଏବେ ସୁସ୍ଥ ହୋଇ ପତ୍ନୀ ଅଙ୍କିତାଙ୍କ ସହ ରୋମାଣ୍ଟିକ ସମୟ ବିତାଉଥିବାର ନଜର ଆସୁଛନ୍ତି ସେ । ଏକଥା ଆମେ କହୁନାହୁଁ, ଏହା ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଦେଖିବାକୁ ମିଳୁଛି । ଆଜ୍ଞା ହଁ, 14 ଦିନ କ୍ବାରେଣ୍ଟାଇନରେ ରହିବା ପରେ ମିଲିନ୍ଦ ପତ୍ନୀଙ୍କ ପାଖକୁ ଫେରିଛନ୍ତି । ଆଉ ଯାହାର ଏକ ସୁନ୍ଦର ଫଟୋ ପୋଷ୍ଟ କରି ବର୍ତ୍ତମାନ ସେ ଚର୍ଚ୍ଚାରେ ।

ସେ ଇନଷ୍ଟାଗ୍ରାମରେ ଅଙ୍କିତାଙ୍କ ସହ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ଶେଷ ହେଲା କ୍ବାରେଣ୍ଟାଇନ । ରିପୋର୍ଟ ଆଇଟିପିସିଆର ନେଗେଟିଭ । 14 ଦିନ ପରେ ।’

ଏହାସହ ସେ ଫ୍ୟାନ୍ସଙ୍କ ପ୍ରେମ ଓ ସ୍ନେହ ପାଇଁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ପ୍ରକାଶ ଥାଉକି ହୋଲି ଅବସରରେ ମିଲିନ୍ଦ କ୍ବାରେଣ୍ଟାଇନରେ ଥିଲେ । ହେଲେ ପିପିଇ କିଟ୍ ପିନ୍ଧି ତାଙ୍କୁ ଭେଟିବାକୁ ଯାଇଥିଲେ ଅଙ୍କିତା । ଯଦିଓ ଦୁହେଁ ପରସ୍ପରକୁ ଆଲିଙ୍ଗନ କରିନଥିଲେ, କିନ୍ତୁ ଦୁହେଁ ପରସ୍ପରକୁ ରଙ୍ଗ ଲଗାଇ ହୋଲି ଉତ୍ସବ ସେଲିବ୍ରେଟ କରିଥିଲେ ।

ABOUT THE AUTHOR

...view details