ଓଡିଶା

odisha

ETV Bharat / sitara

ସନ୍ନିଙ୍କୁ ମିଳିଲା ୱାଇ ସ୍ତରୀୟ ସୁରକ୍ଷା - ବଲିଉଡ ଆକ୍ସନ ହିରୋ ସନ୍ନି ଦେଓଲଙ୍କୁ ନେଇ ନୂଆ ଚର୍ଚ୍ଚା

ନୂତନ କୃଷି ଆଇନ ସମର୍ଥନ ପରେ ବଢିଲା ସନ୍ନିଙ୍କ ୱାଇ ସ୍ତରୀୟ ସୁରକ୍ଷା । ନିକଟରେ ସେ ଟ୍ବିଟ କରି ନୂତନ କୃଷି ଆଇନ ଉପରେ କେନ୍ଦ୍ର ସରକାରଙ୍କ ସମର୍ଥନ କରିଥିଲେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ଯ: ଇନଷ୍ଟାଗ୍ରାମ@ସନ୍ନି ଦେଓଲ
ଫଟୋ ସୌଜନ୍ଯ: ଇନଷ୍ଟାଗ୍ରାମ@ସନ୍ନି ଦେଓଲ

By

Published : Dec 17, 2020, 10:58 AM IST

ମୁମ୍ବାଇ: ବଲିଉଡ ଆକ୍ସନ ହିରୋ ତଥା ବିଜେପି ସାଂସଦ ସନ୍ନି ଦେଓଲଙ୍କୁ ନେଇ ନୂଆ ଚର୍ଚ୍ଚା । ଶୁଣିବାକୁ ମିଳୁଛି ବର୍ତ୍ତମାନ ତାଙ୍କ ସୁରକ୍ଷା ବ୍ୟବସ୍ଥା ବଢାଯାଉଛି । କାରଣ ନୂତନ କୃଷି ଆଇନ ଉପରେ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିବାର କିଛି ଦିନ ପରେ ହଜାର ହଜାର ଚାଷୀଙ୍କ ଦ୍ବାରା ବ୍ୟାପକ ବିରୋଧ ପ୍ରଦର୍ଶନ କରିଯାଇଥିଲା । ଯାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ତରଫରୁ ସନ୍ନିଙ୍କୁ ୱାଇ ସ୍ତରୀୟ ସୁରକ୍ଷା ଯୋଗାଇ ଦିଆଯାଇଛି ।

ଗୁରୁଦାସପୁରର ସାଂସଦ ସନ୍ନି ଡିସେମ୍ବର 6ରେ ଟ୍ବଟରରେ ଏକ ବିବୃତ୍ତି ଦେଇ କହିଥିଲେ, ‘ଲୋକେ ସମସ୍ୟା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ଏବଂ ଏହି ମାମଲା କୃଷକ ଏବଂ ସରକାରଙ୍କ ମଧ୍ୟରେ ରଖାଯିବା ଉଚିତ । ମୁଁ ଜାଣେ ଅନେକ ଲୋକ ପରିସ୍ଥିତିର ସୁଯୋଗ ନେବାକୁ ଚାହାଁନ୍ତି ଏବଂ ସମସ୍ୟା ସୃଷ୍ଟି କରୁଛନ୍ତି । ସେମାନେ କୃଷକମାନଙ୍କ ବିଷୟରେ ଚିନ୍ତା କରୁନାହାଁନ୍ତି । ସେମାନଙ୍କର ନିଜସ୍ବ ଏଜେଣ୍ଡା ଥାଇପାରେ । ମୁଁ ମୋର ଦଳ ଏବଂ କୃଷକମାନଙ୍କ ସହିତ ଛିଡ଼ା ହୋଇଛି ଏବଂ ସର୍ବଦା କୃଷକଙ୍କ ସହିତ ରହିବି । ଆମ ସରକାର ସର୍ବଦା ଭାବନ୍ତି । କୃଷକଙ୍କ ଉନ୍ନତି ଏବଂ ମୁଁ ନିଶ୍ଚିତ ଯେ କୃଷକଙ୍କ ସହ ଆଲୋଚନା କରିବା ପରେ ସରକାର ସଠିକ୍ ଫଳାଫଳ ନିଶ୍ଚିତ କରିବେ ।’

ପ୍ରକାଶ ଥାଉକି ସନ୍ନିଙ୍କ ଏହି ଟ୍ବିଟ ପରେ ତାଙ୍କ ପିତା ତଥା ଅଭିନେତା ଧର୍ମେନ୍ଦ୍ର ଟ୍ବିଟ କରି କୃଷକଙ୍କ ଆନ୍ଦୋଳନରେ ଦୁଃଖ ପ୍ରକାଶ କରି ଲେଖିଥିଲେ, ‘ମୋର କୃଷକ ଭାଇମାନଙ୍କ ଦୁଃଖ ଦେଖି ମୁଁ ଅତ୍ୟଧିକ ଯନ୍ତ୍ରଣା ଅନୁଭବ କରୁଛି । ସରକାର ଶୀଘ୍ର ସମାଧାନ କରିବାର ଆବଶ୍ୟକ ଅଛି ।’

ABOUT THE AUTHOR

...view details