ମୁମ୍ବାଇ: କୋରୋନା ମହାମାରୀ ଏବଂ ଲକଡାଉନ ଜୀବନ ଶୈଳୀକୁ ଆଗେଇ ନେବା ସହିତ ସମଗ୍ର ବିଶ୍ବରେ ଲୋକ ଭାବପ୍ରବଣ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ଉଦାସୀନତା, ଚିନ୍ତା ପରି ମାନସିକ ସ୍ବାସ୍ଥ୍ୟ ସମସ୍ୟା ସହ ମଧ୍ୟ ମୁକାବିଲା କରୁଛନ୍ତି । ଯାହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଅଭିନେତା ଅଲ୍ଲି ଫଜଲ ।
ମାନସିକ ସ୍ବାସ୍ଥ୍ୟାବସ୍ଥା ଉପରେ ଏମିତି ପ୍ରତିକ୍ରିୟା ରଖିଲେ ଅଲ୍ଲୀ ଫଜଲ - ଅଭିନେତା ଅଲ୍ଲି ଫଜଲ ନ୍ୟୁଜ
ନିକଟରେ ଏକ ସାକ୍ଷାତକାରରେ ଯୋଗ ଦେଇଥିଲେ ଅଲ୍ଲୀ । ଯେଉଁଥିରେ ସେ କୋରୋନା ସମୟରେ ମାନସିକ ଉଦାସୀନତା ବିଷୟରେ ଆଲୋଚନା କରିଥିଲେ । ଅଧିକ ପଢନ୍ତୁ...

ସେ ଜଣାଇଛନ୍ତି ଯେ ଏହି ମହାମାରୀ ଆମ ଦେଶରେ ମାନସିକ ସ୍ବାସ୍ଥ୍ୟର ମହତ୍ତ୍ବକୁ ସ୍ବୀକାର କରିବାକୁ ବର୍ତ୍ତମାନ ସମସ୍ତଙ୍କୁ ଠେଲି ଦେଇଛି । ସେହିପରି ସେ ଆହୁରି କହିଛନ୍ତି, ‘ମାନସିକ ସ୍ବାସ୍ଥ୍ୟ ଚାପ ବିଷୟରେ ଲୋକେ କହିବା ଉଚିତ୍ ଏବଂ ଏହା ମଧ୍ୟ ଭାରତରେ ସମାନ ବିଷୟରେ ସଚେତନତା ସୃଷ୍ଟି କରିବାରେ ସାହାଯ୍ୟ କରିବ। ଭାରତ ହେଉଛି ଏପରି ଏକ ଦେଶ ଯେଉଁଠାରେ ଲୋକେ ବିପୁଳ ପରିମାଣର କୋରୋନା ସହ ମୁକାବିଲା କରୁଛନ୍ତି ଏବଂ ସେମାନଙ୍କ ଜୀବନରେ ମାନସିକ ସ୍ବାସ୍ଥ୍ୟର ମହତ୍ତ୍ବକୁ ଅଣଦେଖା କରୁଛନ୍ତି । ଯାହାଦ୍ବାରା ବୃତ୍ତିଗତ ସହାୟତା ନପାଇ ମାନସିକ ରୋଗ ସେମାନଙ୍କ ମଧ୍ୟରେ ବଢୁଛି ।’
ଏହାସହ ସେ ଅନୁରୋଧ କରିଛନ୍ତି ଯେ ଯଦି ଆମେ ଦାୟିତ୍ବବାନ ମଣିଷ ଭାବରେ ବର୍ତ୍ତମାନ କଥା ହେବା, ତେବେ ଏହି ଆବଶ୍ୟକତା ସମୟରେ ଅନେକ ଜୀବନକୁ ସାହାଯ୍ୟ କରିପାରିବା ।