ମୁମ୍ବାଇ: ଆକ୍ଟର ଅଲ୍ଲୀ ଫଜଲ ୱେବ ସିରିଜ ‘ମିର୍ଜାପୁର’ରେ ଦମଦାର ଅଭିନୟ କରି ଦର୍ଶକଙ୍କୁ ଦିୱାନା କରିଥିଲେ । ବର୍ତ୍ତମାନ ବଲିଉଡରେ ସେ ଟପ ଷ୍ଟାର୍ସଙ୍କ ତାଲିକାରେ ସାମିଲ ହୋଇସାରିଲେଣି । ଖାଲି ବଲିଉଡ ନୁହେଁ ହଲିଉଡରେ ମଧ୍ୟ ସେ ନିଜ ଅଭିନୟର ପରିଚୟ ଏକ ବଡ ପ୍ରୋଜେକ୍ଟରେ ଦେଇଥିଲେ। ‘3 ଇଡିୟଟ୍ସ’ , ‘ଫୁକରେ’ ଏବଂ ‘ହାପି ଭାଗ ଜାଏଗୀ’ ଭଳି ଫିଲ୍ମରେ ଶାନଦାର ଅଭିନୟ କରିଥିବା ଅଲ୍ଲୀଙ୍କ ଆଜି 33ତମ ଜନ୍ମଦିନ । ଏହି ଅବସରରେ ଗୁଡ୍ଡୁ ଭୈୟା ନାମରେ ଫେମସ ଅଲ୍ଲୀଙ୍କ ବିଷୟରେ ଆସନ୍ତୁ ଜାଣିବା କିଛି ଖାସ୍...
ଅଲ୍ଲୀଙ୍କ ଜନ୍ମ ଉତ୍ତରପ୍ରଦେଶର ଲକ୍ଷ୍ନୌରେ 1986 ଅକ୍ଟୋବର 15ରେ ହୋଇଥିଲା । ସେ 2008ରେ ଆମେରିକାନ କମେଡି ଫିଲ୍ମ ‘ଦ ଅଦର ଏଣ୍ଡ ଅଫ ଦ ଲାଇନ’ରୁ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ସେ ବଲିଉଡ ଫିଲ୍ମରେ ଅଭିନୟ କରିଥିଲେ । କିନ୍ତୁ ଅଧିକାଂଶ ଫିଲ୍ମରେ ସେ ସପୋର୍ଟିଂ ରୋଲ ପ୍ଲେ କରୁଥିବାର ନଜର ଆସିଛନ୍ତି । ଏହା ସତ୍ତ୍ବେ ସେ ଦର୍ଶକଙ୍କ ତାଙ୍କ ଅଭିନୟର ଦିୱାନା ।