ମୁମ୍ବାଇ: ବିଜୟ ଗୁଟ୍ଟେଙ୍କ ଆଗାମୀ ୱେବ ସିରିଜ ‘ଲେଗସୀ’ରେ ଅଭିନେତା ଅକ୍ଷୟ ଖନ୍ନା ଏବଂ ଅଭିନେତ୍ରୀ ରବୀନା ଟଣ୍ଡନଙ୍କୁ ଦେଖିବାକୁ ମିଳିବ । ଏହି ଯୋଡି ପ୍ରଥମଥର ଏକାଠି କାମ କରିବାକୁ ଯାଉଛନ୍ତି । ଯାହାକୁ ନେଇ ଏକ୍ସାଇଟେଡ ଦୁହେଁ । ଏହି ସିରିଜର ସୂଚନା ଦେଇ ଏକ ପୋଷ୍ଟ କରିଛନ୍ତି ଫିଲ୍ମ କ୍ରିଟିକ ତରଣ ଆଦର୍ଶ ।
ବର୍ତ୍ତମାନ ଭାଇରାଲ ହେଉଥିବା ଏହି ପୋଷ୍ଟରେ ତରଣ ଲେଖିଛନ୍ତି, ‘ୱେବ ସିରିଜରେ ଅକ୍ଷୟ ଖନ୍ନା ଓ ରବୀନା ଟଣ୍ଡନ । ପ୍ରଥମଥର ଏକାଠି କାମ କରିବେ ଏହି ଦୁଇ ଷ୍ଟାର । ଯାହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ବିଜୟ ଗୁଟ୍ଟେ ।’
ସେପଟେ ସିରିଜ ବିଷୟରେ ଆଲୋଚନା କରି ଅକ୍ଷୟ କହିଛନ୍ତି, ‘ଏଭଳି ବିଷୟବସ୍ତୁ ଉପରେ କାର୍ଯ୍ୟ କରିବାକୁ ନେଇ ସତେଜ ଅନୁଭବ ହେଉଛି । ଯାହା ଏକ ଶିଳ୍ପ ଭାବରେ ଆମର ସୀମାକୁ ଚ୍ୟାଲେଞ୍ଜ କରେ । ଶୋର ବୃହତ ସ୍କେଲକୁ ଦୃଷ୍ଟିରେ ରଖି, ଦର୍ଶକ ଅପେକ୍ଷା କରିଥିବା ଏହି ବିଷୟବସ୍ତୁକୁ ଭଲ କରିବାର ଦାୟିତ୍ବ ଆମ ଉପରେ ଅଛି । ଯାହା ସହ ଆମେ ନ୍ୟାୟ କରିବୁ । ମୁଁ ଖୁସି ଯେ ଲେଗସୀ ମୋର ପ୍ରଥମ ୱେବ ସିରିଜ ହୋଇଥିବାରୁ ।’
ଅକ୍ଷୟଙ୍କ ବ୍ୟତୀତ ରବୀନା ମଧ୍ୟ କହିଛନ୍ତି, ‘ଲେଗସୀ ଏକ ଦମଦାର ଡ୍ରାମା ସହିତ ଏକ ଶକ୍ତି ସଂଗ୍ରାମର ଆକର୍ଷଣୀୟ କାହାଣୀକୁ ଉପସ୍ଥାପନ କରୁଛି । ଯାହା ମୋ ଧ୍ୟାନକୁ ଆକର୍ଷିତ କରିଛି । ଏକ ବିଶ୍ବ ସ୍ତରୀୟ ଦର୍ଶକଙ୍କ ସହିତ ଭେଟିବା ପାଇଁ ଏହା ଶାନଦାର ବିଷୟବସ୍ତୁର ଏକ ଉତ୍ତମ କାର୍ଯ୍ୟ । ଶୋ ସହିତ ଜଡିତ ହୋଇ ମୁଁ ଉତ୍ସାହିତ ଏବଂ ଏହି ଯାତ୍ରା ଆରମ୍ଭ କରିବାକୁ ଅପେକ୍ଷା କରିଛି ।’
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ