ଓଡିଶା

odisha

ETV Bharat / sitara

ଅଭିନେତା ଏଜାଜ ଖାନଙ୍କ ଜାମିନ ଖାରଜ - ଏଜାଜ ଖାନ ଜାମିନ ଖାରଜ

ଅଭିନେତା ଏଜାଜ ଖାନଙ୍କ ଜାମିନ ଆବେଦନ ଖାରଜ କଲେ ମୁମ୍ବାଇ ଏକ୍ସପ୍ଲାନେଡ କୋର୍ଟ । ଅଧିକ ପଢନ୍ତୁ...

ଅଭିନେତା ଏଜାଜ ଖାନଙ୍କ ଜାମିନ ଖାରଜ
ଅଭିନେତା ଏଜାଜ ଖାନଙ୍କ ଜାମିନ ଖାରଜ

By

Published : Jul 6, 2021, 12:56 PM IST

ମୁମ୍ବାଇ: ଅଭିନେତା ଏଜାଜ ଖାନଙ୍କ ଜାମିନ ଆବେଦନ ଖାରଜ । ମୁମ୍ବାଇ ଏକ୍ସପ୍ଲାନେଡ କୋର୍ଟ ଆଜି(ମଙ୍ଗଳବାର) ଏଜାଜଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ।

ସୂଚନା ଅନୁଯାୟୀ ଡ୍ରଗ୍ସ ମାମଲାରେ ସମ୍ପୃକ୍ତ ହୋଇ ଜେଲ୍ ଯାଇଥିଲେ ଏଜାଜ । ନଭି ମୁମ୍ବାଇର ବେଲାପୁରର ଏକ ହୋଟେଲରୁ ଡ୍ରଗ୍ସ ମାମଲାରେ ଏନସିବି ଏଜାଜଙ୍କୁ ଗିରଫ କରିଥିଲା । ଏନସିବି ଦେଇଥିବା ଦାବି ଅନୁଯାୟୀ, ଏଜାଜ ବଲିଉଡ ଏବଂ ଟେଲିଭିଜନ ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରୁଥିବା ବହୁ ହାଇପ୍ରୋଫାଇଲ ଲୋକଙ୍କୁ ଡ୍ରଗ୍ ଯୋଗାଇବାରେ ସକ୍ରିୟ ଥିଲେ।

ଡ୍ରଗ୍ ବେପାରୀ ଫାରୁଖ ବାଟାଟା ଏବଂ ତାଙ୍କ ପୁଅ ଶାଦବ ବଟାଟାଙ୍କୁ ଏନସିବି ଦ୍ବାରା ପଚରାଉଚରାବେଳେ ଏଜାଜଙ୍କ ନାମ ସାମ୍ନାକୁ ଆସିଥିଲା । ଏହା ମଧ୍ୟ ପ୍ରକାଶ ପାଇଛି ଯେ ଏଜାଜ ନେଟୱାର୍କର ଜଣେ ସଦସ୍ୟ ଥିଲେ, ଯାହା ଏହି ଦୁଇ ଡ୍ରଗ୍ ବେପାରୀଙ୍କ ଦ୍ବାରା ପରିଚାଳିତ ହୋଇଥିଲା ।

@ANI

ABOUT THE AUTHOR

...view details