ଓଡିଶା

odisha

ETV Bharat / sitara

‘ଦ ହ୍ବାଇଟ ଟାଇଗର’ ପାଇଁ ଆଦର୍ଶଙ୍କୁ ମିଳିଲା ଆଉ ଏକ ସମ୍ମାନ - ଏସୀୟ ୱାର୍ଲ୍ଡ ଫିଲ୍ମ ଫେଷ୍ଟିଭାଲ

ଗୋଟିଏ ପରେ ଗୋଟିଏ ପୁରସ୍କାର ଜିତିବାରେ ଲାଗିଛନ୍ତି ଆଦର୍ଶ ଗୌରବ । ଭାଗ୍ୟ ବଦଳାଇଲା ‘ଦ ହ୍ବାଇଟ ଟାଇଗର’ ଫିଲ୍ମ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଦର୍ଶ ଗୌରବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଦର୍ଶ ଗୌରବ

By

Published : Mar 25, 2021, 12:58 PM IST

ମୁମ୍ବାଇ: ଓସ୍କାର ମନୋନୀତ ଫିଲ୍ମ ‘ଦ ହ୍ବାଇଟ ଟାଇଗର’ର ଖ୍ୟାତିକୁ ସବୁ ମହଲରେ ଚର୍ଚ୍ଚା । ଡ୍ରାଇଭରୁ କୋଟିପତି ହେବାର ଏହି କାହାଣୀ ବେଶ୍ ପସନ୍ଦ କରିଛନ୍ତି ଦର୍ଶକ । ଫିଲ୍ମରେ ବଳରାମ ହାଲୱାଇ ଭୂମିକାରେ ଅଭିନୟ କରୁଥିବା ଆଦର୍ଶ ଗୌରବଙ୍କର ଖୁସି ନକହିଲେ ସରେ । କାରଣ ତାଙ୍କୁ ମିଳୁଥିବା ପୁରସ୍କାରରେ ଆଉ ଏକ ପୁରସ୍କାର ଜୋଡି ହୋଇଛି ।

‘ଦ ହ୍ବାଇଟ ଟାଇଗର’ ଆଦର୍ଶଙ୍କ ପାଇଁ ତାଙ୍କ କ୍ୟାରିୟରର ବଡ ସଫଳତା ଯୋଗାଇଛି। ସେ ଏକ ବ୍ରେକଆଉଟ୍ ଷ୍ଟାର ଭାବରେ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ଗ୍ରହଣ କରୁଛନ୍ତି । ଓସ୍କାର, ବାଫ୍ଟା ଏବଂ ଇଣ୍ଡିପେଣ୍ଡେଣ୍ଟ ସ୍ପିରିଟ୍ ଆୱାର୍ଡ ପାଇଁ ମୁଖ୍ୟ ବର୍ଗରେ ମନୋନୀତ ହେବା ପରେ ଆଦର୍ଶଙ୍କୁ ଏସୀୟ ୱାର୍ଲ୍ଡ ଫିଲ୍ମ ଫେଷ୍ଟିଭାଲ ଦ୍ବାରା ରାଇଜିଂ ଷ୍ଟାର୍ ପୁରସ୍କାର ପ୍ରଦାନ କରାଯାଇଛି।

କୋଭିଡ -19 ମହାମାରୀ ହେତୁ ଏହି ଉତ୍ସବ ଅନଲାଇନରେ କରାଯାଇଥିଲା। ଏହି ପୁରସ୍କାର ପାଇଁ ଓସ୍କାର ନାମୀ ନିର୍ମାତା ଗିଲ ନେଟୁର (ଲାଇଫ୍ ଅଫ୍ ପାଏ, ଦି ବ୍ଲାଇଣ୍ଡ ସାଇଡ୍), ଓସ୍କାର ବିଜେତା ସ୍କ୍ରିନ୍ ରାଇଟର ଡେଭିଡ ସେଡଲର (ଦ କିଙ୍ଗ୍ସ ସ୍ପିଚ୍), ନିର୍ଦ୍ଦେଶକ ଜିନ୍ ମାର୍କ ୱାଲି (ଡଲାସ୍ ବାୟର୍ସ କ୍ଲବ୍, ବିଗ୍ ଲିଟଲ୍ ଲାଇଜ୍), ନିର୍ଦ୍ଦେଶକ । ଲୁଲୁ ୱାଙ୍ଗ, ଅଭିନେତ୍ରୀ ଲୁସି ଲିୟୁ, ନିର୍ଦ୍ଦେଶକ ଟାବ୍ରେଜ୍ ନୁରାନୀ ସାମିଲ ହୋଇଥିଲେ । ଏହି ପୁରସ୍କାର ଜିତିବା ପରେ ଆଦର୍ଶ ବର୍ତ୍ତମାନ ଜଷ୍ଟିନ ଚୋନ୍, ଆକ୍ବାଫିନା, ସରେମ ସରେ ମୋଚଙ୍କ ଲିଗରେ ଯୋଗ ଦେଇଛନ୍ତି।

ସେ ଅବସରରେ ଆଦର୍ଶ କହିଛନ୍ତି, ‘ଜୁରି ଏହି ପୁରସ୍କାର ପାଇଁ ମୋ କାମକୁ ଯଥେଷ୍ଟ ଯୋଗ୍ୟ ମନେ କଲେ, ମୁଁ ଏଥିପାଇଁ କୃତଜ୍ଞ । ମୁଁ ମଧ୍ୟ ଗର୍ବିତ ଯେ ମୋତେ ଦି ରାଇଜିଂ ଷ୍ଟାର ପୁରସ୍କାର ମିଳିଥିବାରୁ। ରିଲିଜ ହେବା ପରଠାରୁ ଏହି ଫିଲ୍ମ ମୋ ପାଇଁ ଏଭଳି ଭାବପ୍ରବଣତାର ବର୍ଷା ଆଣିଛି ଯେଉଁଥିରେ ମୁଁ କ୍ରମାଗତ ଭାବେ ଭିଜୁଛି ଏବଂ ମୋ କ୍ୟାରିୟରରେ ପ୍ରଥମ ଥର ଏତେ ପ୍ରଶଂସା ପାଇ ମୁଁ ଖୁସି ଅନୁଭବ କରୁଛି ।’

ABOUT THE AUTHOR

...view details