ଓଡିଶା

odisha

By

Published : Aug 8, 2020, 4:30 PM IST

ETV Bharat / sitara

କୋରୋନାରୁ ସୁସ୍ଥ ହେଲେ ବଲିଉଡ ଅଭିନେତା ଅଭିଷେକ ବଚ୍ଚନ

ଗତ ଦୁଇ ତିନି ସପ୍ତାହରୁ ନାନାବତୀ ହସ୍ପିଟାଲରେ କୋରୋନା ଚିକିତ୍ସା ପାଇଁ ଭର୍ତ୍ତି ଥିଲେ ଅଭିଷେକ । ଏବେ ସୁସ୍ଥ ହେବା ଖବର ଦେଇ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ସେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଭିଷେକ ବଚ୍ଚନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଭିଷେକ ବଚ୍ଚନ

ମୁମ୍ବାଇ: ବଚ୍ଚନ ପରିବାରକୁ ନେଇ ସାମ୍ନାକୁ ଆସିଲା ଗୁଡନ୍ୟୁଜ । ନିକଟରେ ବିଗ ବି ଅମିତାଭ ବଚ୍ଚନ କୋରୋନା ମୁକ୍ତ ହୋଇ ଘରକୁ ଫେରିଥିଲେ । ଆଉ ଏବେ କୋରୋନାକୁ ହରାଇ ସୁସ୍ଥ ହୋଇଛନ୍ତି ଜୁନିୟର ବଚ୍ଚନ ଅଭିଷେକ । କିଛି ଦିନ ପୂର୍ବରୁ ଅଭିଷେକଙ୍କ ପତ୍ନୀ ତଥା ଅଭିନେତ୍ରୀ ଐଶ୍ଚର୍ଯ୍ୟା ରାୟ ବଚ୍ଚନ ଓ ଝିଅ ଆରାଧ୍ୟା ବଚ୍ଚନଙ୍କ କୋରୋନା ଟେଷ୍ଟ ନେଗେଟିଭ ବାହାରିଥିଲା । ସେହିପରି ଶନିବାର ଅଭିଷେକଙ୍କ କୋରୋନା ନେଗେଟିଭ ଆସିଛି । ଏବେ ପୁରା ବଚ୍ଚନ ପରିବାର ସୁସ୍ଥ ଅଛନ୍ତି ।

ଏହାର ସୂଚନା ଅଭିଷେକ ସୋସିଆଲ ମିଡିଆରେ ଦେଇ ଫ୍ୟାନ୍ସଙ୍କୁ ଖୁସି କରିଦେଇଛନ୍ତି । ସେ ଟ୍ବିଟରରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ପ୍ରତିଜ୍ଞା ସବୁବେଳେ ପ୍ରତିଜ୍ଞା ହୋଇଥାଏ । ଆଜି ଅପରାହ୍ନରେ ମୋ କୋଭିଡ-19 ଟେଷ୍ଟ ନେଗେଟିଭ ଆସିଲା । ମୁଁ ଆପଣଙ୍କୁ କଥା ଦେଇଥିଲି କୋରୋନାକୁ ହରାଇଦେବି ବୋଲି । ଯାହା ମୁଁ କରି ଦେଖାଇଛି । ମୋ ପରିବାର ପାଇଁ ପ୍ରାର୍ଥନା କରିଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ । ନାନାବତୀ ହସ୍ପିଟାଲର ଡାକ୍ତର ଓ ନର୍ସ ଷ୍ଟାଫଙ୍କ ଋଣି ରହିବି।’

For All Latest Updates

ABOUT THE AUTHOR

...view details