ଓଡିଶା

odisha

By

Published : Jul 13, 2020, 5:05 PM IST

ETV Bharat / sitara

କୋରୋନା ସଂକ୍ରମିତ ନୁହଁନ୍ତି ଅଭିଷେକଙ୍କ କୋ-ଷ୍ଟାର ଅମିତ

ଟ୍ବିଟ କରି ଫ୍ୟାନ୍ସଙ୍କୁ ଖୁସି ଖବର ଦେଲେ ଅମିତ ସାଧ । ସେ ହୋଇନାହାଁନ୍ତି କୋରୋନା ସଂକ୍ରମିତ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତ ସାଧ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତ ସାଧ

ମୁମ୍ବାଇ: ଶନିବାର ବିଳମ୍ବିତ ରାତିରେ ବି-ଟାଉନର ମହାନାୟକ ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ କୋରୋନା ସଂକ୍ରମିତ ଖବର ସାମ୍ନାକୁ ଆସିଥିଲା । ଏହାପରେ ବଚ୍ଚନ ପରିବାରର ଅନ୍ୟ ସଦସ୍ୟଙ୍କ କୋରୋନା ଟେଷ୍ଟ କରାଯାଇଥିଲା । ଯାହାପରେ ଐଶ୍ଚର୍ଯ୍ୟା ରାୟ ବଚ୍ଚନ ଓ ତାଙ୍କ ଝିଅ ଆରାଧ୍ୟା ବଚ୍ଚନଙ୍କ ଟେଷ୍ଟ ମଧ୍ୟ ପଜିଟିଭି ଖବର ଶୁଣିବାକୁ ମିଳିଥିଲା । ସେପଟେ ବଚ୍ଚନ ପରିବାରର ସୁସ୍ଥ କାମନା ଆରମ୍ଭ କରିଦେଇଛନ୍ତି ଫ୍ୟାନ୍ସ ।

ସେହିପରି ଅଭିଷେକଙ୍କ ସହ ୱେବ ସିରିଜ ‘ବ୍ରେଥ: ଇନଟୁ ଦ ସ୍ୟାଡୋଜ’ରେ ନଜର ଆସିଥିବା ଫେମସ ଅଭିନେତା ଅମିତ ସାଧଙ୍କ କୋରୋନା ଟେଷ୍ଟ କରାଯାଇଥିଲା । କାରଣ ସେ ଅଭିଷେକଙ୍କ ସହ ନିକଟରେ ଏକାଠି କାମ କରିଥିଲେ । ହେଲେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଗୁଡନ୍ୟୁଜ ଅଛି । ତାଙ୍କ କୋରୋନା ଟେଷ୍ଟ ନେଗେଟିଭ ବାହାରିଛି । ଏହାର ସୂଚନା ସେ ଫ୍ୟାନ୍ସଙ୍କୁ ଟ୍ବିଟରରେ ଦେଇଛନ୍ତି ।

ପ୍ରକାଶ ଥାଉକି ‘ବ୍ରେଥ: ଇନଟୁ ଦ ସ୍ୟାଡୋଜ’ ରିଲିଜ ପୂର୍ବରୁ ଅଭିଷେକ ଓ ଅମିତ ଏକାଠି ଡବିଂ କରିଥିଲେ । ଦୁଇ ଅଭିନେତା ପରସ୍ପର ସମ୍ପର୍କରେ ଆସିଥିଲେ । ଯାହାକୁ ଆଧାର କରି ଅଭିଷେକ ସଂକ୍ରମିତ ବାହାରିବା ପରେ ଅମିତଙ୍କ ଟେଷ୍ଟ କରାଯାଇଥିଲା ।

ABOUT THE AUTHOR

...view details