ଓଡିଶା

odisha

By

Published : Feb 12, 2020, 8:22 PM IST

ETV Bharat / sitara

ଲେଖିକା ସାଜିଲେ ଈଶା, ଗର୍ବିତ ଭାଇ ଅଭୟ

ମା' ହେବା ପରେ ଲେଖିକା ହେଲେ ଈଶା ଦେଓଲ । ଲଞ୍ଚ କଲେ ନିଜର ପ୍ରଥମ ବହି ‘ଅମ୍ମା ମିୟା’ । ସୋସିଆଲ ମିଡିଆରେ ସୂଚନା ଦେଲେ ତାଙ୍କ ଭାଇ ଅକ୍ଷୟ ଦେଓଲ।

abhay deol
ଡିଜାଇନ ଫଟୋ

ମୁମ୍ବାଇ: ଅଭିନେତ୍ରୀ ଈଶା ଦେଓଲ ବିବାହ ପରେ ଫିଲ୍ମ ଜଗତରୁ ଦୂରେଇ ଅଛନ୍ତି । ସେ ଦୁଇ ସନ୍ତାନଙ୍କ ମା' ମଧ୍ୟ। ହେଲେ ବର୍ତ୍ତମାନ ସେ ଲେଖିବା କ୍ଷେତ୍ରରେ ପଦାର୍ପଣ କରିଛନ୍ତି । ସେ ନିଜର ପ୍ରଥମ ବହି ‘ଅମ୍ମା ମିୟା’ ସହ ଲେଖିକା ରୂପେ ଭାଗ୍ୟ ପରୀକ୍ଷା କରିଛନ୍ତି ।

ଏହି ଅବସରରେ ତାଙ୍କ କଜନ ତଥା ଅଭିନେତା ଅକ୍ଷୟ ଦେଓଲ ତାଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି । ସେ ଇନଷ୍ଟାଗ୍ରାମରେ ଫ୍ୟାନ୍ସଙ୍କୁ ଈଶାଙ୍କ ବହିର ସୂଚନା ଦେଇଛନ୍ତି । ‘ଅମ୍ମା ମିୟା’ର କଭର ପେଜ ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘ତୁମ ଉପରେ ମୁଁ ଗର୍ବିତ। ମା' ହେବାର ଏ ଯେଉଁ ସମୟ ରୋମାଞ୍ଚକ ହେବା ସହ ଖୁବ୍ ଦୁର୍ବଳଭରା ହୋଇଥାଏ। ଆପଣ ଯେତେ ବି ପ୍ରସ୍ତୁତ କରିନିଅନ୍ତୁ ନା କାହିଁକି ହେଲେ ଖରାପ ପରିସ୍ଥିତିର ସାମ୍ନା କରିବାକୁ ପଡିଥାଏ । ରାଧ୍ୟା ଓ ମିରାୟାଙ୍କ ଜନ୍ମ ପରେ ଈଶା ମଧ୍ୟ ଏହି ପ୍ରଶ୍ନର ସମ୍ମାନ କରିଛନ୍ତି।’

ପ୍ରକାଶ ଥାଉକି ଈଶାଙ୍କ ଏହି ବହିରେ ମା' ହେବାକୁ ଯାଉଥିବା ମହିଳାଙ୍କ ପାଇଁ ଅନେକ ପରାର୍ମଶ,ଟିପ୍ସ ଏବଂ କାହାଣୀ ଲେଖାଯାଇଛି । ଏହାସହ ଶିଶୁଙ୍କ ପାଇଁ ସହଜ ଏବଂ ସ୍ବାଦିଷ୍ଟ ରେସିପି ମଧ୍ୟ ଦେଖିବାକୁ ମିଳୁଛି । ଅମ୍ମା ମିୟାରେ ଜଣେ ମହିଳାଙ୍କ ମା' ହେବାର ପୁରା ଯାତ୍ରାକୁ ପର୍ଯ୍ୟବେସିତ କରାଯାଇଛି।

ABOUT THE AUTHOR

...view details