ଓଡିଶା

odisha

ETV Bharat / sitara

ଫୁଟବଲ ମ୍ୟାଚ୍‌ରେ ଆହତ ହେଲେ ଟାଇଗର - ଟାଇଗର ଶ୍ରଫଙ୍କ ଗୋଡରେ ଆଘାତ

ସେଲିବ୍ରିଟି ଫୁଟବଲ ମ୍ୟାଚରେ ଯୋଗ ଦେବାକୁ ଯାଇଥିବା ଟାଇଗରଙ୍କ ଗୋଡରେ ଲାଗିଲା ଆଘାତ । ରେଷ୍ଟ କରିବାକୁ ପରାମର୍ଶ ଦେଲେ ଡାକ୍ତର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

By

Published : Feb 22, 2021, 2:10 PM IST

ମୁମ୍ବାଇ: ଆକ୍ସନ ଷ୍ଟାର ଟାଇଗର ଶ୍ରଫଙ୍କୁ ନେଇ ସାମ୍ନାକୁ ଆସିଲା ନୈରାଶ୍ୟଜନକ ଖବର । ଫୁଟବଲ ଖେଳୁଥିବା ସମୟରେ ଆହତ ହୋଇଛନ୍ତି ଅଭିନେତା । ଆଉ ତାଙ୍କ ପାଖରେ ଥିଲେ କଥିତ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ଦିଶା ପଟାନୀ । ଦୁଇଜଣଙ୍କ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରିବୁଲୁଛି ।

କଥାଟି ହେଲା ଯେ ଟାଇଗର ଅଭିନେତା ଅର୍ଜୁନ କପୁର, ଅପାରଶକ୍ତି ଖୁରାନା, ଅହାନ ସେଟ୍ଟୀ, ଫିଲ୍ମ ନିର୍ମାତା ସୁଜିତ ସିରକାରଙ୍କ ସହ ଫୁଟବଲ ମ୍ୟାଚ ଖେଳିବା ପାଇଁ ଫିଲ୍ଡକୁ ଯାଇଥିଲେ। ଆଉ ଏହି ମ୍ୟାଚ୍ ଖେଳୁଥିବାର ବେଳେ ତାଙ୍କ ଗୋଡରେ ଆଘାତ ଲାଗିଥିଲା । ଯାହାପରେ ତାଙ୍କୁ ଷ୍ଟ୍ରେଚରରେ ନିଆଯାଇଥିଲା । ଆଉ ସଙ୍ଗେ ସଙ୍ଗେ ଡାକ୍ତର ଆସି ଚେକଅପ୍ ମଧ୍ୟ କରିଥିଲେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ସେପଟେ ଭାଇରାଲ ହେଉଥିବା ଫଟୋରେ ଦେଖିବାକୁ ମିଳୁଛି ଦିଶା ତାଙ୍କ ପାଖରେ ଠିଆ ହୋଇଥିବାର । ଅଧାରେ ମ୍ୟାଚ୍ ଛାଡି ଏହି ଯୋଡିଙ୍କୁ ଯିବାକୁ ପଡିଲା । କାରଣ ଡାକ୍ତର ତାଙ୍କୁ ସମ୍ପୂର୍ଣ୍ଣ ଆରାମ କରିବାକୁ ପରାର୍ମଶ ଦେଇଥିଲେ ।

ଏହାବ୍ୟତୀତ ଯଦି ଟାଇଗରଙ୍କ ଆଗାମୀ ଫିଲ୍ମ ବିଷୟରେ କଥା ହେବା ତାହାଲେ ସେ ଖୁବଶୀଘ୍ର ‘ହିରୋପନ୍ତୀ’ର ସିକ୍ବେଲ ଫିଲ୍ମ ‘ହିରୋପନ୍ତୀ 2’ ନେଇ ଫେରିବେ । ସେହିପରି ଦିଶା ସୁପରଷ୍ଟାର ସଲମାନ ଖାନଙ୍କ ଆଗାମୀ ଫିଲ୍ମ ‘ରାଧେ’ରେ ମୁଖ୍ୟ ଭୂମିକାରେ ଦେଖାଯିବେ ।

ABOUT THE AUTHOR

...view details