ମୁମ୍ବାଇ: ହିନ୍ଦୀ ସିନେମାର ଆକ୍ସନ ହିରୋ ସନ୍ନି ଦେଓଲ ବଲିଉଡରେ ଦେଖାଇଥିଲେ ଦମଦାର ଆକ୍ସନ । ଗୋଟିଏ ପରେ ଗୋଟିଏ ଦମଦାର ଫିଲ୍ମ କରି ଦର୍ଶକଙ୍କ ମନ କିଣିଥିଲେ ସେ । ଏହି ଫିଲ୍ମରେ ସାମିଲ ଅଛି ତାଙ୍କ ସୁପରଡୁପର ହିଟ୍ ଫିଲ୍ମ ‘ଘାୟଲ’ । ଯାହା ତାଙ୍କୁ ବଲିଉଡରେ ଦେଇଥିଲା ଆକ୍ସନ ହିରୋର ପରିଚୟ । ନିକଟରେ ଏହି ଫିଲ୍ମ ରିଲିଜକୁ 30 ବର୍ଷ ପୂରଣ ହୋଇଥିଲା । ସେହିପରି ଆଜି ସନ୍ନିଙ୍କ 64ତମ ଜନ୍ମ ଦିନ । ତେବେ ଏହି ଅବସରରେ ଜାଣିବା ‘ଘାୟଲ’ ଫିଲ୍ମର କିଛି ଖାସ୍ କଥା...
ରାଜକୁମାର ସନ୍ତୋଷୀ ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଥିଲେ । ଯାହାଦ୍ବାରା ସେ ନିର୍ଦ୍ଦେଶନା ଦୁନଆରେ ପଦାର୍ପଣ କରିଥିଲେ । ପ୍ରଥମ ସେ ଫିଲ୍ମର କାହାଣୀ ସନ୍ନିଙ୍କୁ କହିଥିଲେ । ଆଉ କାହାଣୀ ଶୁଣି ଫିଲ୍ମ ପାଇଁ ସଙ୍ଗେ ସଙ୍ଗେ ରାଜି ହୋଇଥିଲେ ସନ୍ନି । ରାଜ୍ ନୂଆ ନିର୍ଦ୍ଦେଶକ ଥିବାରୁ ଫିଲ୍ମ ପାଇଁ ନିର୍ମାତା ମିଳିବା କଷ୍ଟଦାୟକ ଥିଲା । ଯାହା ପାଖକୁ ସନ୍ନି ଓ ରାଜ୍ ଫିଲ୍ମ କାହାଣୀ ନେଇକି ଯାଉଥିଲେ ସମସ୍ତେ ଗୋଟିଏ କଥା କହୁଥିଲେ କି ଏ ଫିଲ୍ମ ଚାଲିବ ନାହିଁ ।
ସବୁ ସ୍ଥାନରୁ ହତାଶ ହେବା ପରେ ସନ୍ନି ନିଜ ପିତା ତଥା ଅଭିନେତା ଧର୍ମେନ୍ଦ୍ରଙ୍କ ପାଖକୁ ଯାଇଥିଲେ । ଫିଲ୍ମର କାହାଣୀ ଧର୍ମେନ୍ଦ୍ରଙ୍କୁ ପସନ୍ଦ ଆସିବାରୁ ସେ ଫିଲ୍ମ ନିର୍ମାଣ କରିବାକୁ ସ୍ଥିର କରିଥିଲେ । ଏହା ଦେଖି ସନ୍ନି ଓ ରାଜ୍ ଖୁସି ପାଗଳ ହୋଇ ଉଠିଥିଲେ ।