ଓଡିଶା

odisha

ETV Bharat / sitara

ଅଭିନୟ ସାମୂହିକ କଳା: ପଙ୍କଜ ତ୍ରିପାଠୀ - ପଙ୍କଜ ତ୍ରିପାଠୀଙ୍କ ୱେବ ସିରିଜ ମିର୍ଜାପୁର 2

ସବୁବେଳେ ଦମଦାର ଅଭିନୟ କରିବାକୁ ଚେଷ୍ଟା କରନ୍ତି ପଙ୍କଜ । ଏହାସହ ସେ ନୂଆ କଳାକାରଙ୍କୁ ମଧ୍ୟ ସହଯୋଗ କରନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

By

Published : Oct 26, 2020, 8:56 AM IST

ମୁମ୍ବାଇ: ଗତ 22 ତାରିଖରେ ଦର୍ଶକଙ୍କ ଫେଭରେଟ ୱେବ ସିରିଜ ‘ମିର୍ଜାପୁର 2’ ରିଲିଜ ହୋଇଥିଲା । ଆଉ ରିଲିଜ ହେବା ମାତ୍ରେ ୱେବ ସିରିଜକୁ ବେଷ୍ଟ ସିରିଜ କୁହାଯାଇଛି । ସିରିଜର କାଳିନୀ ଭୈୟା ତଥା ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଶାନଦାର ଅଭିନୟରେ ପୁଣି ହୃଦୟ ହାରିଛନ୍ତି ସମସ୍ତେ । ଇତିମଧ୍ୟରେ ଅଭିନୟ କଥା କହି ଚର୍ଚ୍ଚାରେ ସେ । ତାଙ୍କ ଅନୁଯାୟୀ ଅଭିନୟ ହେଉଛି ଏକ ସହଯୋଗୀ କଳା କୁସ୍ତି ମ୍ୟାଚ୍ ପରି ନହେଁ, ଯେଉଁଠାରେ ଉଦ୍ଦେଶ୍ୟ ହେଉଛି ସାଥୀଙ୍କୁ ପରାସ୍ତ କରିବା ।

ସେ ଆହୁରି କହିଛନ୍ତି, ‘ମୁଁ ସବୁ ସିନ କିମ୍ବା ମୋ ସହ ସ୍କ୍ରିନ ସେୟାର କରୁଥିବା ସହ-କଳାକାରଙ୍କ ପାଇଁ ପରଫେକ୍ଟ ନୁହେଁ। ହେଲେ ଅଭିନୟ ଚ୍ୟାଲେଞ୍ଜ ହେବା ସହ ସହଯୋଗୀ କଳା ମଧ୍ୟ। କୁସ୍ତି ଖେଳ ପରି ନୁହେଁ ଯେଉଁଠାରେ ସମସ୍ତଙ୍କୁ ହରାଇବାକୁ ପଡିଥାଏ। ଯଦି ଏକାଠି ଚାରିଜଣ ଅଭିନେତା କାମ କରୁଛନ୍ତି, ତାହାଲେ ସମସ୍ତଙ୍କ ଦାୟିତ୍ବ ହେଲା ଯେ ଦର୍ଶକଙ୍କୁ ଅଭିନୟରେ ବାନ୍ଧି ରଖିବା । ସମସ୍ତେ ଏହି ଦିଗରେ କାର୍ଯ୍ୟ କରୁଛନ୍ତି । ଏହା ଏକ ସାମୂହିକ କଳା ଯାହା ପୃଥକ ଭାବରେ କରାଯାଇପାରିବ ନାହିଁ । ଏହା ମୁଁ ନିଜ ବିଷୟରେ ମଧ୍ୟ ନୁହେଁ । ବେଳେବେଳେ ଅଭିନୟକୁ ସେହି ଅର୍ଥରେ ଦେଖାଯାଏ ଯେମିତି ଜଣେ ଜଣକୁ ମାତ୍ ଦେଲା ଭଳି । ଯାହା ଅତ୍ୟନ୍ତ ଭୁଲ୍ । ସେଥିପାଇଁ ମୁଁ ପ୍ରାୟତଃ ମୋ ସହ କାମ କରୁଥିବା ୟଙ୍ଗ ଆକ୍ଟରଙ୍କ ସହ ଭଲରେ ମିଶେ ଏବଂ ଚେଷ୍ଟା କରେ ସେ ମଧ୍ୟ କିପରି ଶାନଦାର ଅଭିନୟ କରିବେ । ନୂଆ କଳାକାରଙ୍କ ପାଖରେ ଆମ ପରି ଅନୁଭବ ନଥାଏ । ତେଣୁ ସେମାନଙ୍କୁ ସହଯୋଗ କରିବା ଦରକାର । ଯାହାଦ୍ବାରା ଫିଲ୍ମ କିମ୍ବା ସିରିଜ ହିଟ୍ ସାବ୍ୟସ୍ତ ହେବ ।’

ପ୍ରକାଶ ଥାଉକି ‘ମିର୍ଜାପୁର 2’ ବ୍ୟତୀତ ପଙ୍କଜ ପପୁଲାର ନିର୍ମାତା ଅନୁରାଗ ବାସୁଙ୍କ ଆଗାମୀ କମେଡି, ଥ୍ରିଲର ଫିଲ୍ମ ‘ଲୁଡୋ’ରେ ନଜର ଆସିବେ । ଯାହାର ଦମଦାର ଟ୍ରେଲର ନିକଟରେ ରିଲିଜ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details